ପକ୍ଷୀ ପାଇଁ ନିଜ ମର୍ସିଡିଜ୍‌ ଦାନ କଲେ ଦୁବାଇର ରାଜକୁମାର, ଭାଇରାଲ ହେଉଛି ଭିଡିଓ

ବର୍ତ୍ତମାନ ସମୟରେ ଲୋକମାନେ ଲୋଭ ମୋହ ମାୟାରେ ଏତେ ବୁଡ଼ି ରହୁଛନ୍ତି ଯେ ମାନବିକତାକୁ ବି ପୋଡ଼ି ଖାଇସାରିଲେଣି। କିଛି ଲୋକ ତ ନିଜ ଫାଇଦାପାଇଁ ଅନ୍ୟର କ୍ଷତି କରିବାକୁ ବି ପଛାଉନାହାନ୍ତି। କିନ୍ତୁ ଏସବୁ ମଧ୍ୟରେ ଜଣେ ବ୍ୟକ୍ତି ଏମିତି ବି ଅଛନ୍ତି ଯିଏ ଏକ ପକ୍ଷୀ ପାଇଁ ନିଜ ଦାମୀ କାରକୁ ବି ତୁଚ୍ଛ କରି ଦେଇଛନ୍ତି।

ବିଶ୍ୱାସ ଲାଗୁ ନଥିଲେ ମଧ୍ୟ ଏହା ସତ। ଦୁବାଇର କ୍ରାଉନ୍‌ ପ୍ରିନ୍ସ ଶେଖ ହମ୍‌ଦନ୍‌ ବିନ୍‌ ମହମ୍ମଦ ବିନ୍‌ ରାଶିଦ ଅଲ ମକତୁମ୍‌ ଏକ ପକ୍ଷୀର ବସା ବଞ୍ଚାଇବାକୁ ନିଜର ମର୍ସିଡିଜ୍‌ ଏସ୍‌ୟୁଭି କାରକୁ ଛାଡ଼ି ଦେଇଛନ୍ତି। କାଳେ ପକ୍ଷୀ ବସାର କିଛି କ୍ଷତି ଘଟିବ ଭାବି ସେ କାରକୁ ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି। କେବଳ ଏତିକି ନୁହେଁ ପକ୍ଷୀ ଓ ତା’ ଛୁଆର ଯେମିତି କିଛି ଅସୁବିଧା ନ ହୁଏ ସେଥିପାଇଁ ସେ କାରର ଚାରିପଟକୁ ଲାଲ୍‌ ଟେପ୍‌ରେ ଘେରାଇ ଦେଇଛନ୍ତି।

 

View this post on Instagram

 

A post shared by Fazza (@faz3) on

ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରି ପ୍ରିନ୍ସ କହିଛନ୍ତି ‘ବେଳେବେଳେ ଜୀବନରେ ଛୋଟ ଛୋଟ ଜିନିଷ…’। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ପକ୍ଷୀ ଛୁଆଟି ଅଣ୍ଡାରୁ ବାହାରି ମା’ ସହ ଖେଳୁଛି। କିଛି ସମୟ ପରେ ମା’ ଛୁଆକୁ ଖୁଆଉଛି। ଏହା ପୂର୍ବରୁ ମଧ୍ୟ ପ୍ରିନ୍ସ ଫଟୋ ସେୟାର କରି କହିଥିଲେ ଯେ ପର୍ଯ୍ୟନ୍ତ ଛୁଆ ବଡ଼ ହୋଇନାହାନ୍ତି ସେ ଯାଏଁ ସେ ଗାଡ଼ି ବାହାର କରିବେ ନାହିଁ।


Birds-Hamdan

ସୂଚନାଯୋଗ୍ୟ ଯେ କ୍ରାଉନ୍‌ ପ୍ରିନ୍ସ ଶେଖ ହମ୍‌ଦମ୍‌ ହେଉଛନ୍ତି ଦୁବାଇର ଶାସକ ଶେଖ ମହମ୍ମଦ ବିନ୍‌ ରାଶିଦ୍‌ ଅଲ ମକତୁମ୍‌ଙ୍କ ଦ୍ୱିତୀୟ ପୁଅ। ତାଙ୍କର ଏହି କାମ ସମସ୍ତଙ୍କ ମନକୁ ଛୁଇଁଛି। ଲୋକମାନେ ରାଜକୁମାରଙ୍କ ମହାନତା ଦେଖି କହିଛନ୍ତି ‘ଆପଣଙ୍କ ମନ ସୁନାର’। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଏକ କୋଟି ଫଲୋୟର୍ସ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.