Below header

କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର‌୍ୟ୍ୟଟନ ସ୍ଥଳୀ ସାନଘାଗରା : ଆଦିବାସୀ ସଂଗ୍ରହାଳୟ ଓ ଗେମ୍‌ ଜୋନ୍‌ ମୁଖ୍ୟ ଆକର୍ଷଣ

କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର‌୍ୟ୍ୟଟନ ସ୍ଥଳୀ ସାନଘାଗରା । ପ୍ରାକୃତିକ ସୌନ୍ଦର‌୍ୟ୍ୟରେ ଭରପୂର । ଶୁଭ୍ର ଜଳରାଶି ସାଙ୍ଗକୁ ସବୁଜ ପରିବେଶ ଲୋକଙ୍କୁ ଆକୃଷ୍ଟ କରୁଛି । ଶୀତଦିନ ହୋଇଥିବାରୁୁ ଲୋକଙ୍କ ବେଶ ଭିଡ ଜମୁଛି । ସାଙ୍ଗସାଥୀ ପରିବାର ଧରି ମଉଜ କରିବାକୁ ଦୂରଦୂରାନ୍ତରରୁ ଆସୁଛନ୍ତି ପର‌୍ୟ୍ୟଟକ ।

ସାନଘାଗରା ଜଳପ୍ରପାତ । ପ୍ରାକୃତିକ ସୌନ୍ଦର‌୍ୟ୍ୟରେ ଭରପୂର । କେନ୍ଦୁଝର ଜିଲ୍ଲାର ଚିରଶାନ୍ତ ସବୁଜ ପରିବେଶ ମଧ୍ୟରେ ଅବସ୍ଥିତ । ପିକନିକ୍‌ ଋତୁ ଆସିଲେ ମଜା ନେବାକୁ ଏଠାକୁ ଛୁଟି ଆସନ୍ତି ଜିଲ୍ଲା ଓ ଜିଲ୍ଲା ବାହାରୁ ପର‌୍ୟ୍ୟଟକ । କିଏ ସାଙ୍ଗ ସାଥୀ ସହ ତ, କିଏ ପରିବାର ଧରି ଏଠାକୁ ମଉଜ କରିବାକୁ ଆସନ୍ତି । ଏବେ ପର‌୍ୟ୍ୟଟନ ଋତୁ ଚାଲିଥିବାରୁ ବଣ ଭୋଜିର ଆସର ଜମୁଛି ।

sanghara

ଏହି ପର‌୍ୟ୍ୟଟନସ୍ଥଳୀଟି ପର‌୍ୟ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ । ଏତେ ସଂଖ୍ୟାରେ ପର‌୍ୟ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ଶୌଚାଳୟ ଓ ବୋଟିଂ ଉନ୍ନତିକକରଣ କାମ ଆରମ୍ଭ ହୋଇଛି । ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଆଦିବାସୀଙ୍କ କଳା ସଂସ୍କୃତିକୁ ଲୋକ ଲୋଚନକୁ ଆଣିବାକୁ ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଅନ୍ୟପଟେ ଏଠାରେ ସବୁ ବୟସର ଲୋକଙ୍କ ପାଇଁ ଗେମ୍‌ ଜୋନର ମଧ୍ୟ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.