କୋଲକାତାରେ ହାଇଭୋଲଟେଜ୍ ଡ୍ରାମା : ପୋଲିସ କମିଶନରଙ୍କୁ ସିବିଆଇର ଜେରା ଉଦ୍ୟମ ପ୍ରତିବାଦରେ ରାତି ସାରା ଧାରଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଜାଣନ୍ତୁ କିଏ କଣ ରଖିଛନ୍ତି ପ୍ରତିକ୍ରିୟା

କୋଲକାତା (କେନ୍ୟୁଜ୍) : ପୋଲିସ କମିଶନରଙ୍କୁ ସିବିଆଇର ଜେରା ଉଦ୍ୟମ ଘଟଣାରେ ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟିଏମ୍ସି ନେତା ଓ କର୍ମୀଙ୍କ ସହ ରାତି ସାରା ଧାରଣାରେ ବସିଛନ୍ତି ମମତା । ପୋଲିସ କମିଶନରଙ୍କୁ ମଧ୍ୟ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଗତକାଲି ଚିଟଫଣ୍ଡ ମାମଲାରେ ପୋଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିଲେ ୫ ଜଣ ସିବିଆଇ ଅଧିକାରୀ । ଏହା ପରେ ଆରମ୍ଭ ହୋଇଥିଲା ହାଇଡ୍ରାମା । ସିବିଆଇ ଅଧିକାରୀଙ୍କୁ ଅଟକାଇଥିଲା ପୋଲିସ । ପରେ ସିବିଆଇର ୫ ଜଣିଆ ଟିମ୍କୁ ପୋଲିସ ଅଟକ ରଖିଥିଲା ।

mamata

କୋଲକାତାର ସିଜିଓ କମ୍ପ୍ଲେକ୍ସରେ ଥିବା ସିବିଆଇ କାର‌୍ୟ୍ୟାଳୟକୁ ଘେରି ରଖିଥିଲା କୋଲକାତା ପୋଲିସ । ହାଇଭେଲଟେଜ ଡ୍ରାମା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ ଡିଜିପି ଓ କୋଲକାତା ମେୟର ଫିରଦାହ ହକିମ ରାଜୀବଙ୍କ ଘରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକ ପରେ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ବିଜେପି ପଶ୍ଚିମବଙ୍ଗରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି । ସେମାନେ ବଳପୂର୍ବକ ପଶ୍ଚିମବଙ୍ଗକୁ ଧ୍ୱଂସ କରିବାକୁ ଯୋଜନା ଚଳାଇଛନ୍ତି ବୋଲି କହିଛନ୍ତି ମମତା ବାନାର୍ଜୀ । ଆଜି ଧାରଣାସ୍ଥଳରେ ହିଁ ରାଜ୍ୟ କ୍ୟାବିନେଟ୍ ବୈଠକ ହେବ ବୋଲି ଜଣାପଡ଼ିଛି । ସଂସଦରେ ମଧ୍ୟ ଟିଏମ୍ସି ସଦସ୍ୟମାନେ ହଙ୍ଗାମା କରିପାରନ୍ତି । ସେପଟେ ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ଯିବ ସିବିଆଇ । ତଦନ୍ତରେ ବାଧା ସୃଷ୍ଟି କରାଯାଉଥିବାରୁ କାର‌୍ୟ୍ୟାନୁଷ୍ଠାନ ଦାବି କରି ସୁପ୍ରିମକୋର୍ଟ ଯିବ ସିବିଆଇ ।

kolkata police

ଜାଣନ୍ତୁ କିଏ କଣ ରଖିଛନ୍ତି ପ୍ରତିକ୍ରିୟା

କୋଲକାତା ପୋଲିସ-ସିବିଆଇ ମୁହାଁମୁହିଁ ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ସମର୍ଥନ କରିଛନ୍ତି ବିରୋଧୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମମତାଙ୍କୁ ଫୋନ୍ କରି ସମର୍ଥନ ଜଣାଇଛନ୍ତି । ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଉମର ଅବଦୁଲ୍ଲା, ମାୟାବତୀ, ଶରଦ ଯାବଦ ଓ ଚନ୍ଦ୍ରବାବୁ ନାଇଡୁ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ଆଜି ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଓ ଅଖିଳେଶ ଯାଦବ କୋଲକାତା ଆସିପାରନ୍ତି ।

ସିବିଆଇର ଅଧିକାରୀମାନେ ବିନା ଓ୍ଵାରେଣ୍ଟରେ ସିକ୍ରେଟ ଅପରେସନରେ ଆସିଥିଲେ । ସେମାନଙ୍କୁ ଯେତେବେଳେ ଏନେଇ ପଚରାଉଚୁରା କରାଯାଇଥିଲା ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଏନେଇ କୋଲକାତା ପୋଲିସର ଜଏଣ୍ଟ କମିସନର ଅଫ ପୋଲିସ ପ୍ରଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

ନିଶ୍ଚିତ ପଢ଼ନ୍ତୁ : କୋଲକାତାରେ ହାଇଭୋଲଟେଜ୍ ଡ୍ରାମା, ଚିଟଫଣ୍ଡ ମାମଲାରେ ପଚରାଉଚୁରା କରିବାକୁ ଯାଇଥିବା ୫ ସିବିଆଇ…

ବିଜେପି ପଶ୍ଚିମବଙ୍ଗରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛି । ଟିଏମସି ଆୟୋଜିତ କରିଥିବା ୟୁନାଇଟେଡ ଇଣ୍ଡିଆ ରାଲି ପରେ ବିଜେପି ଘୃଣ୍ୟ ରାଜନୀତି ଚଳାଇଛି । ୨୦୧୯-ବିଜେପି ଫିନିସ ସ୍ଲୋଗାନରେ ବିଜେପି ଭୟଭୀତ ହୋଇପଡ଼ିଛି ବୋଲି କହିଛନ୍ତି ତୃଣମୂଳ ନେତା ଡେରେକ ଓବ୍ରିଏନ ।

କୋଲକାତାରେ ସିବିଆଇ ଅଧିକାରୀଙ୍କୁ ଅଟକ ଘଟଣା ରଖିବାରେ ପ୍ରତିକ୍ରିୟା ରଖିଛି ବିଜେପି । ସିବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁଛି । କୌଣସି ରାଜ୍ୟ ସରକାରଙ୍କର ସିବିଆଇର କାର‌୍ୟ୍ୟରେ ବାଧା ଉପୁଜାଇବାର କ୍ଷମତା ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଜିଭିଏଲ ନରସିଂହା ରାଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.