Below header

ସମୁଦ୍ରରୁ ସାର୍କକୁ ଧରି ଉଡିଗଲା ଛଞ୍ଚାଣ, ଦେଖନ୍ତୁ ଭାଇରଲ ଭିଡିଓ

ଆପଣ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ପ୍ରକାର ଫଟୋ ଓ ଭିଡିଓ ଦେଖିଥିବେ। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବେ। ଏବେ ଏମିତି ଏକ ଭାଇରଲ ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରଲ ଭିଡିଓରେ ଗୋଟିଏ ପକ୍ଷୀ ତାର ପଞ୍ଝାରେ ସାର୍କ ମାଛକୁ ସମୁଦ୍ର ଭିତରୁ ଧରି ଆକାଶକୁ ଉଡ଼ି ଯାଉଛି। ଏହି ଭିଡିଓଟି ଆମେରିକାର ମାୟର୍ଟଲ ସମୁଦ୍ରକୂଳର ବୋଲି ଜଣାପଡ଼ିଛି।

ଏହାକୁ ଦକ୍ଷିଣ କେରୋଲିନାରେ ଜଣେ ବ୍ୟକ୍ତି କେଲି ବର୍ବାଜ୍ କ୍ୟାମେରାରେ କଏଦ କରିଥିଲେ। ମାୟର୍ଟଲ ବିଚରେ ଏକ ସାର୍କକୁ ଧରିଥିଲା। ଟୁଇଟରରେ ଏହି ଭିଡିଓକୁ ସେୟାର କରାଯିବା ପରେ ଏପର୍ଯ୍ୟନ୍ତ ଭିଡିଓକୁ ୧୫ ମିଲିୟନ୍ ଭ୍ୟୁ ମିଳି ସାରିଛି।

ଟୁଇଟର ଆକାଉଣ୍ଟ ‘ଟ୍ରାକିଂ ସାର୍କ’ ଏହି ଭିଡିଓକୁ ରି-ପୋଷ୍ଟ କରି ପକ୍ଷୀ ସହିତ ମାଛ ଚିହ୍ନଟ କରିବା ପାଇଁ ଜନସାଧାରଣଙ୍କୁ କହିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ମାଛ ପକ୍ଷୀ କବଳରୁ ବାହାରକୁ ଯିବାକୁ ଚେଷ୍ଟା କରୁଛି। ଏହି ଭିଡିଓକୁ ଜୁନ୍ ୩୦ରେ ସେୟାର କରାଯାଇଛି। ଯାହାକୁ ଏଯାବତ ଦେଢ କୋଟିରୁ ଅଧିକ ଭ୍ୟୁ, ୨୧ହଜାରରୁ ଅଧିକ ଲାଇକ୍ସ ଓ ୭ହଜାରରୁ ଅଧିକ ଥର ରି-ଟୁଇଟ କରାଯାଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.