ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ, ୩୪ରେ ପହଞ୍ଚିଲା ସମୁଦାୟ ମୃତ୍ୟୁ ସଂଖ୍ୟା; ଜଣେ ଅଛନ୍ତି ୨୭ ବର୍ଷୀୟ ଯୁବକ

ଭୁବନେଶ୍ବର: ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ୩୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା । ଗଞ୍ଜାମ ଜିଲ୍ଲାରୁ ୩ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ମୃତ ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

-ମୃତକଙ୍କ ଭିତରୁ ଭୁବନେଶ୍ବରର ଜଣେ ୫୧ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ପୂର୍ବରୁ Pleural Tuberculosis ରେ ପୀଡିତ ଥିଲେ।

– ଏହାସହ ଭୁବନେଶ୍ବରର ଜଣେ ୬୪ ବର୍ଷୀୟ ପୁରୁଷଙ୍କ ମଧ୍ଯ କରୋନାରେ ମୃତ୍ୟୁ ହୋଇଛି । ଯିଏକି ଡାଇବେଟିସରେ ପୀଡିତ ଥିଲେ।

– ଗଞ୍ଜାମର ଜଣେ ୫୦ ବର୍ଷୀୟ ପୁରୁଷଙ୍କର କରୋନାରେ ମୃତ୍ୟୁ ହୋଇଛି । ଯିଏକି ଡାଇବେଟିସ୍ ସହିତ ହାଇପରଟେନସନରେ ପୀଡିତ ଥିଲେ।

– ଗଞ୍ଜାମର ଜଣେ ୨୭ ବର୍ଷୀୟ ଯୁବକଙ୍କ ମୁଣ୍ଡ ନେଇଛି କରୋନା ।

– ଏହାସହ ଗଞ୍ଜାମର ଜଣେ ୩୫ ବର୍ଷୀୟ ଯୁବକ ମଧ୍ଯ କରୋନାରେ ପ୍ରାଣ ହାରିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.