Below header

ଲକଡାଉନ ପରେ ସେଲୁନ ଖୋଲିବାରୁ ଖୁସିରେ ନାଚି ଉଠିଲେ ଦୋକାନୀ, ସୁନା କଇଁଚିରେ କାଟିଲେ ଗ୍ରାହକଙ୍କ ଚୁଟି

ଲକଡାଉନ୍ ଯୋଗୁଁ ପାଖାପାଖି ୩ମାସ ହେଲାଣି ଦେଶରେ ସବୁକିଛି ବନ୍ଦ ରହିଥିଲା। ଏବେ ସରକାରଙ୍କ ଅନୁମତିକ୍ରମେ ସବୁକିଛି ଧୀରେ ଧୀରେ ଖୋଲିବାକୁ ଆରମ୍ଭ କଲାଣି। ଏବେ ମହାରାଷ୍ଟ୍ରରେ ସେଲୁନ୍ ଏବଂ ବିୟୁଟି ପାର୍ଲରଗୁଡ଼ିକ ପୁଣି ଥରେ ଖୋଲିବାର ଅନୁମତି ମିଳିଯାଇଛି। ସରକାରଙ୍କଠୁ ଅନୁମତି ମିଳିବା ପରେ କୋଲ୍ହାପୁରରେ ଜଣେ ସେଲୁନର ମାଲିକ ନିଜ ପ୍ରଥମ ଗ୍ରାହକଙ୍କ କେଶକୁ କାଟିବା ପାଇଁ ସୁନା କଇଁଚିର ବ୍ୟବହାର କରିଛନ୍ତି।

hair

‘ମିଶନ୍ ବିଗିନ ଅଗେନ’ ଜରିଆରେ ମହାରାଷ୍ଟ୍ର ସରକାର କରୋନା ଭାଇରସକୁ ନେଇ ଲକଡାଉନରେ କିଛି କୋହଳ କରିଛନ୍ତି। ଯାହା ପରେ ଜୁନ୍ ୨୮ତାରିଖରୁ ପାର୍ଲର ଏବଂ ସେଲୁନ ଖୋଲିବାର ଅନୁମତି ମିଳିଛି। ସରକାରଙ୍କଠୁ ଅନୁମତି ମିଳିବା ଖୁସିରେ କୋଲ୍ହାପୁରରେ ସେଲୁନ୍ ମାଲିକ ରାମଭାଉ ସଙ୍କପାଲ ନିଜ ପ୍ରଥମ ଗ୍ରାହକଙ୍କ କେଶ କାଟିବା ପାଇଁ ସୁନା କଇଁଚିର ବ୍ୟବସ୍ଥା କରିଥିଲେ।

salon

ସେ କହିଛନ୍ତି ଯେ, ଲକଡାଉନ୍ କାରଣରୁ ୩ମାସରୁ ଅଧିକ ସମୟ ଯାଏଁ ସେଲୁନ୍ ବନ୍ଦ ରହିଥିଲା ଯାହା ଦ୍ବାରା ତାଙ୍କ ବ୍ୟବସାୟ ପୂରାପୂରି ପ୍ରଭାବିତ ହୋଇଛି। ସେଲୁନ୍ ମାଲିକ ଏବଂ କର୍ମଚାରୀଙ୍କୁ ଏହି ସମୟରେ ଖରାପ ସ୍ଥିତି ଦେଇ ଅତିକ୍ରମ କରିବାକୁ ପଡ଼ିଛି କିନ୍ତୁ ଏବେ ପୁଣି ଥରେ ସେଲୁନ୍ ଖୋଲିଯିବାରୁ ସେ ବହୁତ ଖୁସି ଅଛନ୍ତି। ସୁନା କଇଁଚିକୁ ନେଇ ସେ କହିଛନ୍ତି ଯେ, ଗତ କିଛି ବର୍ଷରୁ ସେ ଏହି ବ୍ୟବସାୟରେ ଅଛନ୍ତି ଏବଂ ନିଜ ସେଭିଂ ଟଙ୍କାରେ ସେ ୧୦ଭରି ସୁନାର କଇଁଚି କିଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.