Below header

ବିନା ପରୀକ୍ଷାରେ ଷ୍ଟେଟ ବ୍ଯାଙ୍କରେ ଚାକିରିର ସୁଯୋଗ, ଜାଣନ୍ତୁ ନିଯୁକ୍ତିର ପୁରା ପ୍ରକ୍ରିୟା

ଭାରତୀୟ ଷ୍ଟେଟ୍ ବ୍ଯାଙ୍କ (SBI)ର ଅଫିସିଆଲ ୱେବସାଇଟ sbi.co.inରେ ଚାକିରି ପାଇବା ପାଇଁ ସୂଚନା ଜାରି କରାଯାଇଛି। ଏହି ବ୍ଯାଙ୍କରେ ଚାକିରି ପାଇଁ ଆପଣ ଆସନ୍ତା ୧୩ ଜୁଲାଇ ପର୍ଯ୍ଯନ୍ତ ଆବେଦନ କରିପାରିବେ। ସବୁଠାରୁ କାସ୍ କଥା ହେଉଛି ଏହି ବ୍ଯାଙ୍କରେ ନିଯୁକ୍ତି ପାଇଁ ଆପଣଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ।

ଜାଣନ୍ତୁ କ’ଣ ରହିଛି ଚୟନ ପ୍ରକ୍ରିୟା:

sbi-ptiଏସବିଆଇ ଏସଓ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆବେଦନକାରୀଙ୍କ ସର୍ଟ ଲିଷ୍ଟିଂଗ ଏବଂ ସାକ୍ଷାତକାର ଆଧାରରେ ହେବ। ସୂଚନା ଯୋଗ୍ଯ ଇଣ୍ଟରଭ୍ଯୁରେ ଉତ୍ତୀର୍ଣ୍ଣ ହେବା ପାଇଁ କୌଣସି ଆବେଦନକାରୀଙ୍କ ନ୍ଯୁନତମ ଯୋଗ୍ଯତା ଏବଂ ଅଭିଜ୍ଞତା ସହ ସମ୍ବନ୍ଧିତ ଆବଶ୍ଯକତାକୁ ପୂରା କରିବା ପାଇଁ ଯଥେଷ୍ଟ ହେବ ନାହିଁ। ବ୍ଯାଙ୍କ ଦ୍ବାରା ଗଠିତ ସର୍ଟଲିଷ୍ଟିଂଗ କମିଟି ସର୍ଟଲିଷ୍ଟିଂଗ ପାଇଁ ପାରାମିଟର୍ସ ଧାର୍ଯ୍ଯ କରିବ। ଏହାପରେ ପର୍ଯ୍ଯାପ୍ତ ସଂଖ୍ଯାରେ ବ୍ଯାଙ୍କ ଦ୍ବାରା ଧାର୍ଯ୍ଯ କରାଯାଇଥିବା ସଂଖ୍ଯାରେ ଆବେଦନକାରୀଙ୍କୁ ସର୍ଟଲଟେ କରାଯିବା ସହ ଇଣ୍ଟରଭ୍ଯୁ ପାଇଁ ଡକାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.