ଧନରେ ଏମିତି ପାରି ହେବୁ ରାସ୍ତା, ଛୁଆକୁ ଏଭଳି ଶିକ୍ଷା ଦେଲା ମା’ହାତୀ

ପ୍ରତ୍ଯେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଅଧିକାଂଶ ସମୟରେ ହାତୀକୁ ନେଇ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ହାତୀଟି ନିଜର ୨ ପିଲା ସହ ରାସ୍ତା ପାର୍ କରି ଜଙ୍ଗଲ ଆଡକୁ ଯାଉଥିବାର ନଜର ଆସିଛି। କିନ୍ତୁ ଏହି ଭିଡିଓରେ ସବୁଠାରୁ ଖାସ୍ କଥା ହେଉଛି ହାତୀ ଏବଂ ତାର ଏକ ଛୁଆ ଭଲଭାବେ ରାସ୍ତା ପାର୍ କରିପାରୁଥିବା ବେଳେ ସେଠାରେ ଅନ୍ଯ ଏକ ଛୋଟ ହାତୀଟି ଭଲଭାବେ ରାସ୍ତା ପାର୍ କରିପାରୁ ନାହିଁ ଏବଂ ସେହି ହାତୀ ଛୁଆଟି ଯେତେଥର ଚେଷ୍ଟା କରୁଛି ସେତେଥର ରାସ୍ତାରେ ଥିବା ବାଉଣ୍ଡ୍ରିରୁ ପଡିଯାଇ ପୁଣି ଥରେ ରାସ୍ତାକୁ ଆସିଯାଉଛି।

ଏହି ସମୟରେ ବାରମ୍ବାର ଚେଷ୍ଟା କରିବା ପରେ ବି ହାତୀ ଛୁଆଟି ରାସ୍ତା ପାର୍ କରିପାରୁ ନଥିବା ଲକ୍ଷ୍ଯ କରି ମା’ ହାତୀଟି ପୁଣି ରାସ୍ତାକୁ ଆସି ହାତୀ ଛୁଆର ପାଦକୁ ଧରି ଉପରକୁ ଚଢାଇବା ପାଇଁ ଚେଷ୍ଟା କରୁଛି। ଏପରି ୨ଥର ଚେଷ୍ଟା କରିବା ପରେ ହାତୀଟି ରାସ୍ତା ପାରି ହୋଇ ଜଙ୍ଗଲକୁ ଯିବାର ନଜର ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.