Below header

ନିବିଡ ବନ୍ଧୁତ୍ବ : ଅନ୍ଧ କୁକୁର ଷ୍ଟେଫି ପାଇଁ ଆଶାବାଡି ହୋଇଛି ସାଙ୍ଗ ଟୋବି

ମଣିଷ ମଣିଷକୁ ଧୋକା ଦେଉଛି, ବିଶ୍ବାସରେ ବିଷ ଦେଉଛି। ହେଲେ ସମ୍ପର୍କରେ ମଣିଷଙ୍କ ଠାରୁ ଆଜି ବଡ ହୋଇ ପାରିଛନ୍ତି ପଶୁ। ବ୍ରିଟେନର ଷ୍ଟେଫି ଏମସ୍ ବହୁତ ଚର୍ଚ୍ଚାରେ ଅଛି। ଆମେ ଏଠି ଆପଣଙ୍କୁ ଷ୍ଟେଫି ନାମକ ଏକ କୁକୁର ବିଷୟରେ କହିବାକୁ ଯାଉଛୁ। ଷ୍ଟେଫି ଦେଖିପାରେ ନାହିଁ ସେଥିପାଇଁ ତାକୁ ସାହାଯ୍ୟ କରିବା ପାଇଁ ଏବଂ ତାର ଭଲମନ୍ଦ ବୁଝିବା ପାଇଁ ସବୁବେଳେ ଆଉ ଏକ କୁକୁର ଯାହାର ନାମ ଟୋବି ଗାଇଡର ଭାବେ ରହିଥାଏ।

ଯିଏ କି ସେହି ଅନ୍ଧ କୁକୁରକୁ ରାସ୍ତା ଦେଖାଇଥାଏ ଏବଂ ତା ସହିତ କଥା ମଧ୍ୟ ହେଇଥାଏ। ଦୁହିଁଙ୍କ ଭିତରେ ଏକ ବହୁତ ଭଲ ସମ୍ପର୍କ ରହିଛି ଏବଂ ସଚ୍ଚା ବନ୍ଧୁତ୍ବର ପ୍ରମାଣ ଦେଇଛନ୍ତି। ଟୋବି ଷ୍ଟେଫିର ଖାଦ୍ୟ ଖାଉଥିବା ଗିନା ମଧ୍ୟ ଖୋଜିବାରେ ତାକୁ ସାହାଯ୍ୟ କରିଥାଏ।

martinଜେସ୍ ମାର୍ଟିନ ଷ୍ଟେଫିକୁ ଏକ ସୁରକ୍ଷା କେନ୍ଦ୍ରରୁ ଆଣିଥିଲେ। ସେ ଅନ୍ଧ ଥିବାରୁ ୪ ମାସ ପର୍ଯ୍ୟନ୍ତ ତାର ଚିକିତ୍ସା ଚାଲିଥିଲା। ତାର ଏକାପଣକୁ ଦୂର କରିବା ପାଇଁ ଷ୍ଟେଫି ପାଖରେ ଟୋବିକୁ ରଖାଗଲା। କିଛି ଦିନ ମଧ୍ୟରେ ଦୁହିଁଙ୍କ ଭିତରେ ଘନିଷ୍ଠ ବନ୍ଧୁତା ହୋଇଗଲା। ଏବେ ସେମାନେ ସବୁ ସ୍ଥାନକୁ ସାଙ୍ଗ ହୋଇ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.