ନାସ୍ତିକ ଘୋଷଣା ହେଲେ ହରିୟାଣାର ଏହି ଯୁବକ ! ମିଳିଲା ନୋ କାଷ୍ଟ, ନୋ ରିଲିଜନ୍ ଏବଂ ନୋ ଗଡ୍ ସାର୍ଟିଫିକେଟ୍

ନାସ୍ତିକ ଘୋଷଣା ହେଲେ ହରିୟାଣାର ରବି କୁମାର । ରବି କୁମାର ରୁ ହେଲେ ରବି ନାସ୍ତିକ । ଏଥିପାଇଁ ତହସିଲ୍ କାର୍ଯ୍ୟାଳୟରୁ ବିଧିବଦ୍ଧ ଭାବରେ ନୋ କାଷ୍ଟ, ନୋ ରିଲିଜନ୍ ଏବଂ ନୋ ଗଡ୍ ସାର୍ଟିଫିକେଟ୍ ଜାରି କରାଯାଇଛି । ଦେଶର ପ୍ରଥମ ଏପରି ମାମଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରବି ଏଥିପାଇଁ ପ୍ରାୟ ଦୁଇ ବର୍ଷର ଲମ୍ବା ଆଇନ୍ ଯୁଦ୍ଧ ଲଢିଛନ୍ତି ରବି ।

ଏନେଇ ରବି ପ୍ରଥମେ ୨୦୧୭ରେ ତହସିଲ୍ ଅଫିସରେ ଆବେଦନ କରିଥିଲେ । ହେଲେ ତହସିଲ୍ ଅଫିସ୍ ଏଥିରେ ଅସମର୍ଥତା ଜତାଇବାରୁ ଡେପୁଟି କମିଶନରଙ୍କ ନିକଟରେ ଆବେଦନ କରିଥିଲେ । ଏହା ପରେ ରବିଙ୍କର କୌଣସି କ୍ରିମିନାଲ୍ ରେକର୍ଡ ଅଛି କି ନାହିଁ ଜାଣିବା ପାଇଁ ସମସ୍ତ ଦସ୍ତାବିଜ୍ ଯାଂଚ କରାଯାଇଥିଲା । ଏହା ସହ ରବିଙ୍କ ସମ୍ପର୍କ ଅନ୍ୟ ଦେଶ ସହ ଅଛି କି ନାହିଁ ଜାଣିବା ପାଇଁ ମଧ୍ୟ ଯାଂଚ ହୋଇଥିଲା । କିମ୍ବା ଏହି ପ୍ରମାଣପତ୍ରର କୌଣସି ଦୁରୂପଯୋଗ କରିବେ ନାହିଁ ତ ରବି । ସମସ୍ତ ତଥ୍ୟରେ ଡିସି ସନ୍ତୁଷ୍ଟ ହେବା ପରେ ୨୯ ଏପ୍ରିଲରେ ସାର୍ଟିଫିକେଟ୍ ଜାରି କରିଥିଲେ ତହସିଲଦାର ।

ରବିଙ୍କ କହିବା ଅନୁଯାୟୀ, ସେ ଚାହାନ୍ତିନି ତାଙ୍କର ପରିଚୟ କୌଣସି ବର୍ଗ ବିଶେଷରୁ ହେଉ । ସେଥିପାଇଁ ସେ ଏହି ପ୍ରମାଣପତ୍ର ତିଆରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.