Below header

ପରିବାର ଉପରକୁ ବିପଦ ଆସିଲେ କେବଳ ମଣିଷ ନୁହେଁ ପଶୁ ବି ହୋଇଯାଆନ୍ତି ହିଂସ୍ର, ଦେଖନ୍ତୁ ଭିଡିଓ

ଜଙ୍ଗଲର ରାଜା ସିଂହ, ଆପଣ ସମସ୍ତେ ଏକଥା ଜାଣିଛନ୍ତି। ସିଂହ ଅନେକ ଥର ନିଜଠାରୁ ବଡ ଜୀବକୁ ମଧ୍ୟ କଚାଡି ଫୋପାଡିଦିଏ। କିନ୍ତୁ କ’ଣ ଆପଣଙ୍କ ଜାଣନ୍ତି କି, ସିଂହର ସାମ୍ନା ଯେତେବେଳେ ଜଙ୍ଗଲୀ ମଇଁଷି ହାବୁଡରେ ପଡେ ତେବେ ଅବସ୍ଥା କ’ଣ ହୁଏ। ଆପଣଙ୍କ ସାଙ୍ଗ ଉପରେ କେହି ଆକ୍ରମଣ କଲେ ଆପଣ କିଛି ନ ବୁଝି ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏମିତି ମଧ୍ୟ ଏହି ଜଙ୍ଗଲୀ ମଇଁଷି କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଯେଉଁଠି ଗୋଟେ ସିଂହ ମଇଁଷିର ପଲ୍ଲର ଗୋଟେ ମଇଁଷିକୁ ଆକ୍ରମଣ କରୁଥିବା ବେଳେ ଆଉ ଗୋଟେ ମଇଁଷି ଆସି ଏପରି କଚାଡି ଫୋପାଡିଲା, ଯାହାର ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ମଇଁଷି ସିଂହକୁ ଥରେ ନୁହେଁ ବରଂ ଦୁଇ ଦୁଇ ଥର ଏମିତି କଚାଡିଲା, ତା’ ପରେ ସିଂହର ଅବସ୍ଥା ସାଘାଂତିକ। ଏହା ପରେ ସିଂହ ଶିକାର କରିବାର ଅବସ୍ଥାରେ ନିଶ୍ଚିତ ନଥିବ। ଏହି ଭିଡିଓ ମାତ୍ର ୬ ସେକେଣ୍ଡର ରହିଛି, ଯାହାର ଟ୍ଵିଟର ୟୁଜର ୬ ଜୁଲାଇରେ ସେୟାର କରିଥିଲେ। ସେଥିରେ କ୍ୟାପସନରେ ଲେଖିଥିଲେ, ‘ କ’ଣ କଲା ସେ ମଇଁଷି ! ଏପର୍ଯ୍ୟନ୍ତ ଏହି ଭିଡିଓକୁ ୩୨ ହଜାରରୁ ଅଧିକ ଭ୍ୟୁ, ୪୩୧ ଲାଇନ ଏବଂ ୧୨୧ ରିଟ୍ଵିଟ୍‌ ହୋଇସାରିଲାଣି।


କିଏ ମଇଁଷିକୁ ହିରୋ କହିଥିବା ବେଳେ କିଏ ସିଂହ ତାର ଜୀବନରେ ଏହି ଘଟଣା ଭୁଲିବ ନାହିଁ ବୋଲି କହିଛି। ଆଉ କିଏ କହିଛି, ଯଦି ଆପଣଙ୍କ ପରିବାର କିମ୍ବା ସାଙ୍ଗକୁ କିଏ ଆକ୍ରମଣ କରିବ ତେବେ ଆପଣଙ୍କୁ ଆପେ ଆପେ ବଳ ଆସିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.