ଏହି କାରଣରୁ ଚେନ୍ନାଇରେ ଧୋନିଙ୍କୁ ସମସ୍ତେ ‘ଥାଲା’ ଡାକନ୍ତି, ସୁପରକିଙ୍ଗସ୍‌ କଲା ଖୁଲାସା

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନ ଗତକାଲି ପାଳିତ ହୋଇଛି। କରୋନା ଯୋଗୁ ଧୋନି ନିରାଡମ୍ବର ଭବେ ଜନ୍ମଦିନ ପାଳନ କରିଛନ୍ତି। ତେବେ ଧୋନିଙ୍କ ଜନ୍ମଦିନ ଅବସରରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(CEO) କାଶୀ ବିଶ୍ୱନାଥନ୍‌ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ ଧୋନିଙ୍କ ପ୍ରଶଂସା କରିବା ସହ କାହିଁକି ତାଙ୍କୁ ଚେନ୍ନାଇରେ ଥାଲା କୁହାଯାଏ, ସେନେଇ ମଧ୍ୟ ଖୁଲାସା କରିଛନ୍ତି।

Revealed! Why MS Dhoni is called 'Thala' by CSK faithful

ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାପ୍‌ଟେନ୍‌ସିପ୍‌ ବେଳେ ଚେନ୍ନାଇ ଆଇପିଏଲ୍‌ ଇତିହାସର ସବୁଠାରୁ ସଫଳ ଟିମ୍‌ ହୋଇପାରିଥିଲା। ଟିମ୍‌ ୩ ଥର ଲିଗ୍‌ରେ ବିଜୟୀ ଲାଭ କରିଛି ଓ ସବୁଥର ପ୍ଲେ ଅଫ୍‌ରେ ସ୍ଥାନ ଗ୍ରହଣ କରିଛି। ଏକ ଟିଭି ଶୋ’ରେ କାଶୀ କହିଛନ୍ତି ‘ମୁଁ କେବଳ ଗୋଟିଏ କଥା ଜାଣିଛି ଯେ ଧୋନି ଟିମ୍‌ଠାରୁ ସର୍ବଶ୍ରେଷ୍ଠ କରାଇବା ଜାଣିଛନ୍ତି। ଟିମ୍‌ର ସବୁ ଖେଳାଳିଙ୍କୁ ସେ ନିଜର ବେଷ୍ଟ ଦେବାକୁ କୁହନ୍ତି ଓ କରାନ୍ତି ମଧ୍ୟ। ଏଣୁ ତାଙ୍କୁ ଆମେ ଥାଲା କହୁ’। ସେ କହିଛନ୍ତି ଯେ ଆଉ ୧୦ ବର୍ଷ ପରେ ମୋ ଅନ୍ତରଆତ୍ମା କହୁଛି ଧୋନି ଚେନ୍ନାଇରେ ଚେନ୍ନାଇ ସୁପରକିଙ୍ଗସ୍‌ର ବସ୍‌ ଭଳି ସ୍ଥାୟୀ ସଦସ୍ୟ ଥିବେ।

MS Dhoni News: MS Dhoni dropped from BCCI's central contracts list ...

ଧୋନି ମଙ୍ଗଳବାର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି। ଏ ଅବସରରେ ପୂରା କ୍ରିକେଟ୍‌ ଜଗତ ତାଙ୍କୁ ଅଭିନନ୍ଦନ ଜଣାଇଛି। ଆଇପିଏଲ୍‌ ବନ୍ଦ ଥିବାରୁ ଧୋନି ଏବେ ପରିବାର ସହ ରାଞ୍ଚିରେ ସମୟ କାଟୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.