Below header

ସୁନା ମୂଲ୍ୟରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୬୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୬,୬୩୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ସେହିପରି ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସମାନ ଭାବେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୦,୬୩୦ ଟଙ୍କା ଓ ୪୬,୪୨୦ ଟଙ୍କା ଥିବା ରେକର୍ଡ ହୋଇଛି । ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ଦରରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ରେକର୍ଡ ହୋଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୭,୬୩୦ ଟଙ୍କା ଓ ୪୬୬୩୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ରହିଛି ୪୮,୪୬୦ ଟଙ୍କା ଓ ୪୭,୨୬୦ ଟଙ୍କା ।

ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ସହର ଚେନ୍ନାଇରେ ସୁନା ମୂଲ୍ୟ କଥାକ୍ରମେ ୫୦୬୩୦ ଟଙ୍କା ଓ ୪୬୪୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ କୋଲକାତାରେ ଏହି ମୂଲ୍ୟ ଯଥାକ୍ରମେ ୪୮,୯୧୦ ଟଙ୍କା ଓ ୪୭,୬୧୦ ଟଙ୍କା ରହିଥିବା ରେକର୍ଡ ହୋଇଛି । ସୁନା ପରି ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦରରେ ବି ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ପୂର୍ବଦିନ ସନ୍ଧ୍ୟା ସୁଦ୍ଧା ରୁପା ଦର କିଲୋଗ୍ରାମ ପ୍ରତି ୪୮,୫୧୦ ଟଙ୍କା ଥିବା ବେଳେ ମଙ୍ଗଳବାର ସନ୍ଧ୍ୟାକୁ ଏହି ଦର ୪୯,୩୦୦ ଟଙ୍କା ଛୁଇଁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.