ଆସନ୍ତାକାଲିଠୁ ଜୁଲାଇ ୧୩ ତାରିଖ ଯାଏ ଗଞ୍ଜାମ ସହରାଞ୍ଚଳ ସଟ୍‌ଡାଉନ୍, ଡୋର ଟୁ ଡୋର ହେବ ସ୍କ୍ରିନିଂ ଟେଷ୍ଟ

ଗଞ୍ଜାମ; ଆସନ୍ତାକାଲିଠୁ ୧୩ ତାରିଖ ଯାଏ ଗଞ୍ଜାମର ସହରାଞ୍ଚଳ ସଟ୍‌ଡାଉନ୍ ନେଇ ଘୋଷଣା କରାଯାଇଛି ‌ । ଜିଲ୍ଲାର ସମସ୍ତ ୧୬ଟି ଏନ୍‌ଏସି, ହିଞ୍ଜିଳିକାଟୁ ମ୍ୟୁନିସ୍‌ପାଲିଟି ଓ ବ୍ରହ୍ମପୁର ମହାନଗର ନିଗମ ସମେତ ସବୁ ବ୍ଲକ ହେଡ୍‌କ୍ୱାର୍ଟର ସଟ୍‌ଡାଉନ୍‌ କରାଯାଇଛି । ସଟଡାଉନ ସମୟରେ ସହରରେ ଡୋର ଟୁ ଡୋର ସ୍କ୍ରିନିଂ କରାଯିବ । ମେଡିକାଲ ଟିମ୍‌ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବେ । ଏହି ଟିମ୍ ନିଜ ସାଥିରେ ଗୋଟିଏ ଲେଖାଏଁ ‌ OXY METER ଧରି ବୁଲିବେ । ଆବଶ୍ୟକସ୍ଥଳେ ଏହାର ବ୍ୟବହାର କରାଯିବ । ସ୍କ୍ରିନିଂ ସମୟରେ ମେଡିକାଲ ଟିମ୍‌କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି ଜିଲ୍ଲାକୁ ୨୫ଶହଟି ଆଣ୍ଟିଜେନ୍‌ କିଟ୍‌ ଆସିଛି । ଗଞ୍ଜାମରେ ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି ସର୍ବାଧିକ ଆକ୍ରାନ୍ତ । ପଜିଟିଭ୍‌ କେସ୍‌ ୨୬୨୧ ଥିବା ବେଳେ ଜୁଲାଇରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଲେଣି ୧୧୪୯ ଜଣ । ସପ୍ତାହକ ମଧ୍ୟରେ ଜିଲ୍ଲାରେ ୪୩ ପ୍ରତିଶତ ପଜିଟିଭ୍‌ ବାହାରିଛନ୍ତି । ରାଜ୍ୟରେ କରୋନାରେ ୪୨ ଜଣଙ୍କ ମୃତ୍ୟୁ ହୋଇଛି, ଏହା ଭିତରୁ କେବଳ ଗଞ୍ଜାମରେ ୨୪ ଜଣ ପ୍ରାଣ ହରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.