Below header

ଗ୍ରାହକଙ୍କ ଘରେ କ୍ଷୀର ପହଞ୍ଚାଇବା ପାଇଁ ବେପାରୀ କିଣିଲେ ହେଲିକପ୍ଟର

ମହାରାଷ୍ଟ୍ର ରାଜ୍ୟ ଭିଣ୍ଡି ଜିଲ୍ଲାର ଜଣେ କୃଷକ ତଥା ଉଦ୍ୟୋଗୀ ନିଜ କ୍ଷୀର ବେପାର ଚଳାଇବା ପାଇଁ ୩୦ କୋଟି ଟଙ୍କାର ଏକ ହେଲିକପ୍ଟର କିଣିଛନ୍ତି । ଜନାର୍ଦ୍ଦନ ଭୋଇ ନାମକ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ବିଲଡର । ତାଙ୍କର ଏକ ରିୟଲ ଇଷ୍ଟେଟ କାରବାର ବି ଅଛି । ନିକଟରେ ହିଁ ସେ କ୍ଷୀର ବ୍ୟବସାୟରେ ପାଦ ରଖିଛନ୍ତି । ବିଭିନ୍ନ ସ୍ଥାନକୁ ଯାଇ ନିଜ ବେପାରକୁ ବଢାଇବା ପାଇଁ ହେଲିକପ୍ଟଟର କିଣିଥିବା ଜଣାଯାଇଛି ।

ନିଜ ହେଲିକପ୍ଟରରେ ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ସହଜରେ ଯାତ୍ରା କରିପାରିବେ ।ଆଉ ସହଜରେ ନିଜ କ୍ଷୀର ବିକିପରିବେ । ନିଜ ପ୍ରତିକ୍ରିୟାରେ ଜନାର୍ଦ୍ଦନ କହିଛନ୍ତିକି, ତାଙ୍କ ଫାର୍ମର କ୍ଷୀରକୁ ବିକ୍ରି କରିବା ପାଇଁ ତାଙ୍କୁ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଗୁଜୁରାଟ ପରି ରାଜ୍ୟ ମାନଙ୍କୁ ଅଧିକାଂଶ ସମୟରେ ଯିବାକୁ ପଡିଥାଏ । ନିଜର ଜଣେ ସାଙ୍ଗଙ୍କ ପରାମର୍ଶରେ ସେ ଏପରି ଏକ ପଦକ୍ଷେପ ନେଇଥିବା କହିଛନ୍ତି । ଏହି ରାଜ୍ୟ ଗୁଡିକର ଅନେକ ସ୍ଥାନରେ ବିମାନ ଚଳାଚଳ ନେଇ କୌଣସି ସୁବିଧା ନଥିବା କାରଣରୁ ସଡକ ପଥରେ ଲମ୍ବା ଯାତ୍ରା କରିବାକୁ ପଡିଥାଏ । ତେଣୁ ଶୀଘ୍ର ଓ ସୁବିଧାରେ କାର୍ଯ୍ୟ କରିବା ପାଇଁ ତାଙ୍କୁ ଏକ ହେଲିକପ୍ଟର ଆବଶ୍ୟକତା ଥିଲା । ଗତ ରବିବାର ହିଁ ତାଙ୍କ ନିଜ ଗାଁରେ ହେଲିକପ୍ଟରର ପ୍ରଥମ ଟ୍ରାଏଲ କରାଯାଇଥିଲା ।

୨.୫ ଏକର ଜମିରେ  ସେ ଏକ ହେଲିପ୍ୟାଡ଼ ପ୍ରସ୍ତୁତ କରିଛନ୍ତି । ସେଥିରେ ଏକ ଗ୍ୟାରେଜ, ପାଇଲଟ ରୁମ ସମେତ ଏକ ଟେକ୍ନିକାଲ ରୁମ ବି ନିର୍ମାଣ କରାଯାଇଛି । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ତାଙ୍କ ହେଲିକପ୍ଟରର ଡେଲିଭରି ହେବ | କହିରଖିବା ଉଚିତ ହେବକି ବର୍ତ୍ତମାନ ସମୟରେ ତାଙ୍କ ନିକଟରେ ୧୦୦ କୋଟି ଟଙ୍କାର ସମ୍ପତ୍ତି ଅଛି । ଏସବୁ ବ୍ୟବସାୟ ବ୍ୟତୀତ ଅନେକ ୱେୟର ହାଉସକୁ ବି ଭଡାରେ ଦେଇଛନ୍ତି ଜନାର୍ଦ୍ଦନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.