ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା:ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ୪ ନାବାଳକକୁ ଥାର୍ଡ ଡିଗ୍ରୀ ଘଟଣାର ତଦନ୍ତ ଆରମ୍ଭ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏବଂ ଏକ ଟିମ ଚିତ୍ରକୋଣ୍ଡାରେ ପହଞ୍ଚି ଅଭିଯୁକ୍ତଙ୍କ ପରିବାରକୁ ସାକ୍ଷାତ କରି ପଚରାଉଚରା କରିଛନ୍ତି ।

ତଦନ୍ତକାରୀ ଅଧିକାରୀମାନେ ଚିତ୍ରକୋଣ୍ଡା ଥାନାରେ ପହଞ୍ଚି ପୁଲିସ କର୍ମଚାରୀମାନଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି । ତଦନ୍ତ ରିପୋର୍ଟ ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ପୋଲିସ । ଆଇନ ଉଲଂଘନ କଲା ଭଳି ଦୋଷୀକୁ କିଛି ଦଣ୍ଡ ଦିଆଯାଇ ନାହିଁ । ମେଡିକାଲ ରିପୋର୍ଟରେ ସେଭଳି କିଛି ଆଘାତ ଥିଲା ଭଳି ନାହିଁ ବୋଲି ପୋଲିସ କହିଛି ।

ମାଲକାନଗିରି ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣାରେ ଚାରି ଜଣ ନାବାଳକଙ୍କୁ ପୋଲିସ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଛି । ଚିତ୍ରକୋଣ୍ଡା ପୋଲିସ ଚାରି ଜଣ ନାବାଳକଙ୍କୁ ଗିରଫ କରିବା ପରେ ତିନି ଦିନ ଧରି ନର୍ଯାତନା ଦେଇଥିଲେ । ନିସ୍ତୁକ ମାଡ ମାରିବା ସହ କରେଣ୍ଟ ସକ୍‌ ମଧ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଆଜି ତିନି ଜଣ ନାବାଳକଙ୍କୁ ଜାମିନରେ ଛଡାଯାଇଥିବା ବେଳେ ଆଉ ଜଣେ ନାବାଳକର କେହି ଆସିନଥିବାରୁ ତାକୁ ବ୍ରହ୍ମପୁର ତତ୍ତ୍ୱାବଧାନ କେନ୍ଦ୍ରକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.