Below header

ସୋନୁ ସୁଦଙ୍କ ମାଆଙ୍କ ନାମରେ ହେଲା ରୋଡ୍‌, ଅଧା ରାତିରେ ଭିଡିଓ କରି ଫ୍ୟାନ୍ସଙ୍କ ସହ ସେୟାର କଲେ ଖାସ ମୁହୂର୍ତ୍ତ

ଗରିବଙ୍କ ରିୟଲ ହିରୋ ସୋନୁ ସୁଦ। ସୋନୁ ତାଙ୍କ ମାଙ୍କୁ ଆଦର୍ଶ ବୋଲି ମାନନ୍ତି ବହୁତ ଇଣ୍ଟରଭ୍ୟୁ ଏବଂ ସୋସିଆଲ ମିଡିଆ ପୋଷ୍ଟରେ ସେ ତାଙ୍କ ମାଙ୍କ ବିଷୟରେ କୁହନ୍ତି। କରୋନା କାଳରେ ଗରିବ ଏବଂ ସାହାଯ୍ୟ ଭିକ୍ଷା କରୁଥିବା ଲୋକଙ୍କ ପାଇଁ ଦେବଦୁତ୍ତ ସାଜିଥିଲେ। ତେବେ ସୋନୁଙ୍କର ପିଳାଦିନରୁ ଇଚ୍ଛା ଥିଲା ଯେ ସେ ଯେଉଁ ବାଟ ଦେଇ ସବୁବେଳେ ଯାଉଛନ୍ତି ସେହି ରୋଡ ତାଙ୍କ ମାଙ୍କ ନାମରେ ରଖିବାକୁ। ଏବେ ଯେହେତୁ ସୋନୁଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି ସେ ଏହି ଖାସ୍ ମୁହୂର୍ତ୍ତକୁ ତାଙ୍କ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି।

ସୋନୁ ସୁଦ୍ ଏକ ଭିଡିଓ ସେୟାର କରି କହିଛନ୍ତି, ‘ଯେ ଏହି ଯାଗା ମୋ ଜୀବନର ସବୁଠାରୁ ଖାସ୍ ଜାଗା ଭିତରୁ ଗୋଟିଏ। ଏହି ରୋଡର ନାମ ମୋ ମାଙ୍କ ନାମରେ ଅଛି, ପ୍ରଫେସର ସରୋଜ ସୁଦ୍ ରୋଡ। ମୋ ପୂରା ଜୀବନ କାଳ ଭିତରେ ମୁଁ ଏହି ରୋଡରେ ଯିବା ଆସିବା କରିଛି। ମୋ ଘର ଆରପଟେ ଆଉ ମୁଁ ଏହି ବାଟ ଦେଇ ସବୁବେଳେ ସ୍କୁଲ ଯାଉଥିଲି। ମୋ ମମି-ଡଡି ମଧ୍ୟ ଏହି ରୋଡ ଦେଇ ଯାଉଥିଲେ। ସେମାନେ ଏହି ରୋଡ୍ ଦେଇ କଲେଜ୍ ଯାଉଥିଲେ। ଏମାନେ ମୋ ଜୀବନର ବହୁତ ଖାସ୍ ଅଟନ୍ତି। ମୁଁ ଆଶା କରୁଛି ଯେ ସେମାନେ ଯେଉଁଠି ବି ଥିବେ ତାଙ୍କ ପୁଅ ଉପରେ ଗର୍ବ କରୁଥିବେ। ସବୁ ଜିନିଷ ପାଇଁ ମୁଁ ମୋ ବାପା ମାଙ୍କୁ ଧନ୍ୟବାଦ ଜଣାଉଛି। ରାତି ଅଢ଼େଇଟା ହେଲାଣି ମୁଁ ଏବେ ଘରକୁ ଯାଉଛି।’

ସୋନୁ ଏହି ଭିଡିଓ ସେୟାର କରି କ୍ୟାପ୍ସନରେ ମା ଲେଖିଛନ୍ତି। ତେବେ ସୋନୁଙ୍କର ଏହି ଭିଡିଓକୁ ତାଙ୍କର ଫ୍ୟାନ୍ସ ବହୁତ ପସନ୍ଦ କରିବା ସହିତ ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି। ସୋନୁ ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଲୋକଙ୍କ ପାଖରେ ରିୟଲ ହିରୋ ପାଲଟିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.