Below header

ଗୋଟିଏ ଦିନରେ ରାଜ୍ଯର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗଲାଣି ୮ ଜୀବନ

କେନ୍ଯୁଜ୍: ଅଶୁଭ ବୁଧବାର। ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ। ବିଜେପୁର ସ୍ୱର୍ଣ୍ଣ ଛକରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମୋଡିକାଲରେ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସରତସହି ନିକଟରେ ବୋଲେରୋ ଧକ୍କାରେ ଶଳା, ଭିଣୋଇଙ୍କର ମୃତ୍ଯୁ ହୋଇଛି।

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ନିଶ୍ଚିତପୁର ଛକ ନିକଟରେ ମୋଟର ସାଇକେଲ ଧକ୍କାରେ ଜଣେ ବୃଦ୍ଧ ମୃତ। ମୃତ ବୃଦ୍ଧ ଜଣକ ହେଲେ ନିଶ୍ଚିତପୁର ଗାଁର କାଳୀଚରଣ। ସେହିପରି ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଗଲା ଜୀବନ। ଯାଜପୁର ବିଂଝାରପୁର ଥାନା କପିଳା ଭୀମାଛକ ନିକଟରେ ଏକ ଲୁନା ଘୁଣ୍ଟରେ ପିଟି ହୋଇଯିବାରୁ ଜଳଦର ମଲ୍ଲିକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ଅନ୍ଯପଟେ ଟ୍ରକ ଧକ୍କାରେ ମହିଳା ମୃତ। ଗେଗୁନିଆ ଥାନା ବେଡ଼ିଆପଲ୍ଲୀ ବଜାର ନିକଟରେ ଏକ ମାଲ ବୋଝେଇ ଟ୍ରକ ଭୁବନେଶ୍ୱରରୁ କଳାପଥର ଆଡେ ଆସୁଥିବା ବେଳେ ଏକ ସ୍କୁଟି ଚାଳକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଭୋଜି ଖାଇ ଘରକୁ ଫେରିବା ସମୟରେ ଚାପି ଦେଲା କାର୍‌। ମୃତକ ହେଲେ ବାଲିଗୁଡା ଥାନା ଲଣ୍ଡା ଗାଁର ମାଖନ ଦାଣ୍ଡିଆ। ଭୋଜି ଖାଇ ଫେରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ମାଖନ ଦାଣ୍ଡିଆଙ୍କ ଉପରେ ଚଢିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.