ଆଫଗାନିସ୍ତାନ-ଇରାନ୍‌ ସୀମାରେ ଫୁଏଲ ଟ୍ୟାଙ୍କରରେ ବିସ୍ଫୋରଣ ପରେ ଲାଗିଲା ନିଆଁ, ଜଳିଗଲା ୫୦୦ ଟ୍ରକ୍‌; ଦେଖନ୍ତୁ ଭିଡିଓ

ଇରାନ୍‌-ଆଫଗାନିସ୍ତାନ ସୀମା ପଶ୍ଚିମ ହେରାତ ପ୍ରାନ୍ତର ଇସ୍‌ଲାମ କଳା ଅଞ୍ଚଳରେ ଶନିବାର ଏକ ଫୁଏଲ ଟ୍ୟାଙ୍କରରେ ବିସ୍ଫୋରଣ ହେବାରୁ ୫୦୦ଟି ଟ୍ରକ୍‌ ଜଳି ପାଉଁଶ ହୋଇଯାଇଛି। ଆଫଗାନ୍‌ ଅଧିକାରୀ ଓ ଇରାନ୍‌ ସରକାରୀ ମିଡିଆ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ, ଏହି ଘଟଣାରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।


ଅଧିକାରୀମାନେ କହିଛନ୍ତି, ଫୁଏଲ ଟ୍ୟାଙ୍କରରେ ବିସ୍ଫୋରଣ ହେବା ପରେ ଭୀଷଣ ନିଆଁ ଲାଗିଯାଇଥିଲା। ଫଳରେ ପ୍ରାକୃତିକ ଗ୍ୟାସ୍‌ ଓ ଇନ୍ଧନ ନେବାକୁ ଆସିଥିବା ୫୦୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଜଳିଯାଇଛି। ନିଆଁ ଏତେ ଜୋର୍‌ରେ ଲାଗିଥିଲା ଯେ ଉଦ୍ଧାର କାର୍ଯ୍ୟ ମଧ୍ୟ ଠିକ୍‌ ଭାବେ ହୋଇପାରୁନାହିଁ।

ହେରାତର ଗଭର୍ଣ୍ଣର ବାହିଦ କତାଲୀ ଘଟଣା ବିଷୟରେ ସୂଚନା ଦେବା ଅବସରରେ କହିଛନ୍ତି, ତୁରନ୍ତ ଏହି ବିସ୍ଫୋରଣର କାରଣ ବିଷୟରେ କହିବା ସମ୍ଭବପର ନୁହେଁ। ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଥମେ ଲୋକଙ୍କୁ ଉଦ୍ଧାର କରାଯିବା ପରେ ଦୁର୍ଘଟଣାର କାରଣ ଖୋଜାଯିବ। ତେବେ ଘଟଣାରେ ଗୁରୁତର ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମାତ୍ର ଏବେ ବି କିଛି ଲୋକ ସେଠାରେ ଅଛନ୍ତି। ଭୀଷଣ ନିଆଁ ଯୋଗୁ ଉଦ୍ଧାର କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦିତ ହୋଇପାରୁନଥିବା କହିଛନ୍ତି ଗଭର୍ଣ୍ଣର। ତେବେ ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.