Below header

ସବଧାନ ! ଆପଣ ବ୍ୟବହାର କରୁଥିବା ସାନିଟାଇଜର ବି ହୋଇପାରେ ବିଷାକ୍ତ, CBI କଲା ଆଲର୍ଟ

କରୋନା ଭାଇରସ ଠାରୁ ନିଜବକୁ ରକ୍ଷା କରିବା ପାଇଁ ଅଧିକାଂଶ ଡାକ୍ତର ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଏହି ସାନିଟାଇଜର ଆପଣଙ୍କୁ ସୁରକ୍ଷା ଦେବା ବଦଳରେ କ୍ଷତିକାରକ ପ୍ରମାଣିତ ହୋଇପାରେ। ସେଣ୍ଟ୍ରାଲ ବ୍ୟୁରୋ ଇନଭେଷ୍ଟିଗେସନ ପ୍ରଥମ ଥର ପାଇଁ ଆଲର୍ଟ ଜାରୀ କରି କହିଛନ୍ତି ଯେ ଦେଶରେ ବିକ୍ରି ହେଉଥିବା କିଛି ସାନିଟାଇଜର ଏମିତି ରହିଛି ଯାହା ଖତରନାକ ବିଶଲ୍ୟ ହୋଇପାରେ। ଏହାଦ୍ୱାରା ଲୋକଙ୍କ ଜୀବନକୁ ମଧ୍ୟ ଭୟ ରହିପାରେ।

ସିବିଆଇ ଇଣ୍ଟାପୋଲ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସାରା ଦେଶର ପୋଲିସ ଏବଂ ଆଇନ ଲାଗୁ କରୁଥିବା ସଂସ୍ଥାକୁ ସତର୍କ କରାଇଛି ଯେ କେହି ଜଣେ ବହୁତ ବିଷାକ୍ତ ମିଥାନଲ ପ୍ରୟୋଗ କରି ବନାଇଥିବା ହ୍ୟାଣ୍ଡ ସାନିଟାଇଜର ବିକ୍ରି କରୁଛି।

sanitizerଅଧିକାରୀମାନେ ଜଣାଇଛନ୍ତି ଯେ ମିଥାନଲ ବ୍ୟବହାର କରି ନକଲି ହ୍ୟାଣ୍ଡ ସାନିଟାଇଜର ବନାଯାଉଛି। ମିଥାନଲ ହେଉଛି ଏକ ବହୁତ ବିଷାକ୍ତ ପଦାର୍ଥ। ଏହାସହିତ ଅଧିକାରୀ ଏହା ମଧ୍ୟ ଜଣାଇଛନ୍ତି ଯେ କୋଭିଡ ୧୯ ସମୟରେ ବିଷାକ୍ତ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରିବାକୁ ଅନ୍ୟ ଦେଶରୁ ମଧ୍ୟ ସୂଚନା ଆସୁଛି। ଜଣେ ଅଧିକାରୀ ଜଣାଇଛନ୍ତି ଯେ ମିଥାନଲ ବହୁତ ବିଷାକ୍ତ କେମିକାଲ ହୋଇପାରେ ଏବଂ ଏହା ମାନବ ଶରୀର ପାଇଁ ଖତରନାକ ପ୍ରମାଣିତ ହୋଇପାରେ।

ସିବିଆଇ ଜଣାଇଛନ୍ତି ଯେ କରୋନା ଭାଇରସ ମହାମାରୀ ଭିତରେ ପୁରା ଦୁନିଆରେ ଅର୍ଥବ୍ୟବସ୍ଥା ଯେପରି ଦୋହଲି ଯାଇଛି। ସେହିପରି ଅନେକ ଅପରାଧିକ ସମୂହ ଅବୈଧ ଭାବରେ ଟଙ୍କା ଉପାର୍ଜନ କରୁଛନ୍ତି। କେବଳ ଏତିକି ନୁହେଁ କୋଭିଡ ୧୯ ଉପକରଣ କମ୍ପାନୀର ପ୍ରତିନିଧି ହୋଇ ଲୋକଙ୍କୁ ଠକୁଛନ୍ତି।

cbiଏଥିସହିତ ଏହାମଧ୍ୟ ସୂଚନା ମିଳିଛି ଯେ କିଛି ଅପରାଧି ପିପିଇ କିଟ ଏବଂ କୋଭିଡ ୧୯ ସହ ଜଡିତ ଉପକରଣ ନିର୍ମାତା ପ୍ରତିନିଧି ହୋଇ ହସପିଟାଲ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ପର୍କ କରୁଛନ୍ତି। ଏହିପରି ଭାବେ ନିଜ ଜିନିଷକୁ ବିକ୍ରି କରୁଛନ୍ତି କେବଳ ଏତିକି ନୁହେଁ ନିଜ ସାମଗ୍ରୀରର ଲାଭ ଉଠାଇବାକୁ ହସପିଟାଲରେ ଅନଲାଇନ ଦ୍ୱାରା ବିକ୍ରି କରୁଛନ୍ତି। ଆଉ କିଛି ତ ପ୍ରଥମେ ଟଙ୍କା ନେଇ ଯାଉଛନ୍ତି କିନ୍ତୁ ପରେ ଜିନିଷ ବି ଦେଉନାହାନ୍ତି। ତେଣୁ ଯେତେବେଳେ ବି ସାନିଟାଇଜର କିଣୁଛନ୍ତି ତାକୁ ଭଲ ଭାବରେ ଯାଞ୍ଚ କରନ୍ତୁ ଏବଂ ସାନିଟାଇଜରର ମେନ୍ୟୁଫେକଚର ବି ଦେଖି କିଣନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.