ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଙ୍ଗରୋଧରୁ ୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏମାନଙ୍କ ଭିତରୁ ଜଣେ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର, ସେ ନୂଆଦିଲ୍ଲୀରୁ ଫେରିଥିଲେ। ଅନ୍ୟ ଜଣେ ଜୟଦେବ ବିହାର ନିରଙ୍କାରୀ ନଗର ବାସିନ୍ଦା, ସେ ମଧ୍ଯ ଦିଲ୍ଲୀ ଫେରାନ୍ତା । ଆଉ ଜଣେ ଶ୍ରୀବିହାର ପଟିଆ ଅଞ୍ଚଳର ଓ ଆଉ ଜଣେ ଡୁମୁଡୁମା ଅଞ୍ଚଳର। ଏହାସହ ଆଉ ଜଣେ ଆକ୍ରାନ୍ତ ଭୁବନେଶ୍ୱର ଏମ୍ସର ଜଣେ କର୍ମଚାରୀ । ସେ ଗତକାଲି ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.