Below header

ଚାଣକ୍ୟ ନୀତି : ସ୍ୱାସ୍ଥ୍ୟକୁ ନେଇ ତୁରନ୍ତ ବଦଳାନ୍ତୁ ଏହି ଆଦତ, ନଚେତ ଘେରିଯିବ ଗମ୍ଭୀର ରୋଗ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ସ୍ୱାସ୍ଥ୍ୟବାନ ଲୋକ ନିଜର ଲକ୍ଷ୍ୟ ପ୍ରାପ୍ତ କରିବାରେ ସଫଳ ହୋଇଥାନ୍ତି । ଯଦି ସ୍ୱାସ୍ଥ୍ୟ ଖରାପ ହୋଇଯାଏ ତେବେ ଆପଣ ଚାହିଁକି ବି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ନାହିଁ । ସ୍ୱାସ୍ଥ୍ୟକୁ ନେଇ ଚାଣକ୍ୟ ଏମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଆସନ୍ତୁ ଜାଣିବା

ଅଜୀର୍ଣ୍ଣ ଭେଷଜଯ ବାରୀ ଜୀର୍ଣ୍ଣ ବାରୀ ବଳପ୍ରଦମ୍‌ ।
ଭୋଜନେ ଚାମୃତଂ ବାରୀ ଭୋଜନାନ୍ତେ ବିଷପ୍ରଦମ୍‌ ।।

ଅର୍ଥାତ୍‌- ପାଚନ ତନ୍ତ୍ର ପାଇଁ ପାଣି ବହୁତ ମହତ୍ୱପୂର୍ଣ୍ଣ । ଖାଇବା ସମୟରେ ପାଣି ପିଇବା କିଛି କିଛି ବ୍ୟକ୍ତିଙ୍କର ଆଦତ ହୋଇଥାଏ । ତେବେ ଏପରି କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଚାଣକ୍ୟ ଏହି ଶ୍ଳୋକ ମାଧ୍ୟମରେ କହିଛନ୍ତି କି ଭୋଜନ କରିବା ମଝିରେ ପିଆଯାଉଥିବା ପାଣି ବିଷ ସଦୃଶ ହୋଇଥାଏ । ଏହାଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇପାରେ ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖାଦ୍ୟ ଖାଇବାର ୧ ଘଣ୍ଟା ପରେ ପାଣି ପିଇବା ଶରୀର ପାଇଁ ଭଲ ହୋଇଥାଏ ।
କୌଣସି ବ୍ୟକ୍ତିଙ୍କ ନିରୋଗ ଶରୀର ପାଇଁ ଏହି ସବୁ ନିୟମ ନିହାତି ଜରୁରୀ । ନଚେତ ବହୁ ଭୟଙ୍କର ରୋଗ ବ୍ୟକ୍ତିକୁ ମାଡ଼ି ବସିବ । ତେଣୁ ଏହି ସବୁ ଆଦତକୁ ତୁରନ୍ତ ବଦଳାଇ ପାରିଲେ ମନୁଷ୍ୟ ସ୍ୱାସ୍ଥ୍ୟବାନ ହେବା ସହ ନିରୋଗ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.