ସ୍ଥଗିତ ରହିଲା ନାସାର ବହୁ ପ୍ରତୀକ୍ଷିତ ଆର୍ଟିମସ-୧ ମିଶନ, ଯାନ୍ତ୍ରିକ ତ୍ରୁଟି ମୁଖ୍ୟ କାରଣ

କେନ୍ୟୁଜ୍(ବ୍ୟୁରୋ):  ସ୍ଥଗିତ ରହିଲା ନାସାର ବହୁ ପ୍ରତୀକ୍ଷିତ ଆର୍ଟିମସ-୧ ମିଶନ। ମାନବ ବିହୀନ ସ୍ପେସ ଲଞ୍ଚ ସିଷ୍ଟମ ରକେଟ ଏସଏଲଏସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାର ଉତ୍‌କ୍ଷେପଣ ସାମୟିକ ସ୍ଥଗିତ ରଖାଯାଇଛି। ସେପ୍ଟେମ୍ବର ୨ ତାରିଖକୁ ପରବର୍ତ୍ତୀ ଉତ୍‌କ୍ଷେପଣ ପାଇଁ ଧାର୍ଯ୍ୟ କରାଯାଇଛି। ଉତ୍‌କ୍ଷେପଣର କିଛି ସମୟ ପୂର୍ବରୁ ରକେଟ ଇଞ୍ଜିନର ଫୁଏଲ ଲିକ୍‌ ଓ କ୍ରାକ ଦେଖାଯିବାରୁ ଉତ୍‌କ୍ଷେପଣ ସ୍ଥଗିତ ରଖାଯାଇଛି। ଏହା ପରେ ପରେ କାଉଣ୍ଟଡାଉନକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ଫ୍ଲୋରିଡ଼ାର କେନେଡି ସ୍ପେସ ସେଣ୍ଟରରୁ ପ୍ରଥମ ମୁନ ରକେଟ ଉଡ଼ାଣ ଭରିଥାନ୍ତା। ଆର୍ଟିମସ-୧ ମିଶନ ମାଧ୍ୟମରେ ମାନବ ବିହୀନ ସ୍ପେସ ଲଞ୍ଚ ସିଷ୍ଟମ ରକେଟ ଏବଂ ଓରିଅନ କ୍ୟାପସୁଲକୁ ଉତ୍‌କ୍ଷେପଣ କରିବାକୁ ଲକ୍ଷ୍ୟ ରହିଥିଲା। ପ୍ରାୟ ଶହେ ମିଟର ଲମ୍ବ ଏସଏଲଏସ ପୃଥିବୀ ଠାରୁ ବହୁ ଦୂରରେ ଓରିଅନକୁ ନିକ୍ଷେପ କରିବ। ରକେଟରେ ରହିଛି ୭ଲକ୍ଷ ଗ୍ୟାଲନରୁ ଅଧିକ କ୍ରାୟୋଜୋନିକ ଇନ୍ଧନ। ଓରିଅନ ଚନ୍ଦ୍ରର ଚାରିପାଖରେ ଘୁରି ଅନୁଧ୍ୟାନ କରିବ। ୨୦୨୪ରେ ଆର୍ଟିମସ ମିସନ-୨ ଓ ୨୦୨୫ରେ ହେବ ନାସାର ଆର୍ଟିମସ ମିସନ-୩ ଅନୁଷ୍ଠିତ ହେବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.