କ୍ରୀଡ଼ା ଦିବସରେ ୨୦୨୧ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ

ଭୁବନେଶ୍ୱର (କେନ୍ୟୁଜ୍‌) : କ୍ରୀଡ଼ାକୁ ଭରପୂର ପ୍ରୋତ୍ସାହନ ଦେଉଥିବା ଓଡ଼ିଶା ସରକାର ଆଜି କିଛି କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିଛନ୍ତି । ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ୨୦୨୧ ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା ବିସିସିଆଇ ଚୟନ କର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ଆନ୍ତର୍ଜାତିକ ୱେଟ ଲିଫ୍ଟର ଝିଲି ଦଳବେହେରାଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି।

 

benudhar
ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ବେଣୁଧର ଦାସ

 

ଆନ୍ତର୍ଜାତିକ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କ କୋଚ୍ ବିଷ୍ଣୁ ମିଶ୍ର ପାଇଛନ୍ତି ଶ୍ରେଷ୍ଠ କୋଚ୍ ପୁରସ୍କାର। କ୍ରୀଡା ସାମ୍ୱାଦିକ ଭାବେ ବେଣୁଧର ଦାସଙ୍କୁ ସମ୍ମାନିତ କରାଯାଇଛି। ଏପଟେ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ଶ୍ରେଷ୍ଠ କ୍ରୀଡା ପ୍ରୋତ୍ସାହନ ଅନୁଷ୍ଠାନ ଭାବେ ପ୍ରଦାନ କରାଯାଇଛି।

DUTI

ଲୋକସେବା ଭବନ କନଭେନସନ୍ ହଲ୍‌୍‌ରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଉତ୍ସବର ଆୟୋଜନ କରାଯାଇଥିଲା । ଏହା ସହିତ ରାଜ୍ୟ ସାହସିକତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ପ୍ରତାପ ତରାଇ ଏବଂ ଶୁଭଶ୍ରୀ ରାଉତଙ୍କ ଏହି ପୁରସ୍କାର ମିଳିଛି । ବିଭିନ୍ନ କ୍ରୀଡା ବର୍ଗରେ ସୁନାମ ଅର୍ଜନ କରିଥିବା ଖେଳାଳିଙ୍କୁ ମାନପତ୍ର ସହିତ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.