ବିଦେଶରେ ଅମିତାଭ ବଚ୍ଚନଙ୍କ ବଡ଼ ପ୍ରଶଂସକ, ନିଜ ଘରେ ତିଆରି କଲେ ବିଗ ବି ଙ୍କ ୬୦ ଲକ୍ଷ ଟଙ୍କାର ମୂର୍ତ୍ତି

ବଲିଉଡର ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ପ୍ରଶଂସକ ପ୍ରାୟ ଅଧିକାଂଶ ଦେଶରେ ଅଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଆମେରିକା ନ୍ୟୁଜର୍ସିରେ ଦେଖିବାକୁ ମିଳିଛି । ଏଠାକାର ଜଣେ ବ୍ୟକ୍ତି ଅମିତାଭ ବଚ୍ଚନଙ୍କ ବଡ଼ ପ୍ରଶଂସକ । ଯେଉଁଥିପାଇଁ ସେ ନିଜ ଘରେ ଅମିତାଭଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।

ଯେଉଁଥିରେ ସେ ଖର୍ଚ୍ଚ କରିଛନ୍ତି ପ୍ରାୟ ୬୦ ଲକ୍ଷ ଟଙ୍କା । ବିଦେଶରେ ଅମିତାଭଙ୍କ ଏମିତି ପ୍ରେମ ଦେଖି ଭାରତରେ ଥିବା ବିଗ ବି ଙ୍କ ପ୍ରଶଂସକ ମଧ୍ୟ ବହୁତ ଖୁସି । ଆମେରିକାରେ ଥିବା ମୂଳ ଭାରତୀୟ ପରିବାର ଅମିତାଭଙ୍କ ମୂର୍ତ୍ତି ସହ ନେଇଥିବା ଫଟୋ ଟ୍ଵିଟରରେ ସେୟାର କରିଛନ୍ତି ।

ଗୋପୀ ସେଠ ନାମକ ଜଣେ ଟ୍ଵିଟର ୟୁଜର ଏହି ଫଟୋ ସେୟାର କରି ଲେଖିଛନ୍ତି ‘ଶନିବାର ଆମେ ଆମେରିକାରେ ଥିବା ଆମ ଘରେ ଅମିତାଭଙ୍କ ପ୍ରତିମା ଲଗାଇଛୁ । ଏହି ମୂର୍ତ୍ତି ଉଦ୍‌ଘାଟନ ଉତ୍ସବରେ ଅମିତାଭଙ୍କ ବହୁ ପ୍ରଶଂସକ ଯୋଗ ଦେଇଥିଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୋପୀ ସେଠ ଆହୁରି କହିଛନ୍ତି ଯେ ଅମିତାଭ ‘ମୁଁ ଓ ମୋ ପତ୍ନୀଙ୍କ ପାଇଁ ଭଗବାନଙ୍କ ଠାରୁ କମ ନୁହଁନ୍ତି ।’ ତାଙ୍କର ଜୀବନ ଧାରଣ ବହୁତ ସାଧାରଣ । ଯାହାକି ମୋତେ ପ୍ରେରିତ କରେ ବୋଲି ଏହି ପ୍ରଶଂସକ ଜଣକ କହିଛନ୍ତି ।
ଆମେରିକାର ଏହି ପ୍ରଶଂସକ ଜଣକ ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ୧୯୯୦ ମସିହାରୁ ପୂର୍ବ ଗୁଜୁରାଟର ଏକ ପରିବାରରୁ ଗୋପି ଆମେରିକା ଯାଇ ସେଠାରେ ରହୁଛନ୍ତି ।

ଏହି କଥା ଅମିତାଭଙ୍କୁ ମଧ୍ୟ ଜଣାଅଛି । ତେବେ ଅମିତାଭ ତାଙ୍କ ପ୍ରତିକ୍ରିୟାରେ ‘ସେ ଏତେବଡ଼ ସମ୍ମାନର ଅଧିକାରୀ ନୁହଁନ୍ତି’ ବୋଲି କହିଥିବା ଗୋପୀ କହିଛନ୍ତି । ମୂର୍ତ୍ତକୁ ଅମିତାଭଙ୍କ ‘କୌନ ବନେଗା କୋରଡପତି’ ଷ୍ଟାଇଲ ରେ ନିର୍ମାଣ କରାଯାଇଛି । ଏହି ମୂର୍ତ୍ତିର ଡିଜାଇନ ରାଜସ୍ଥାନରେ କରାଯାଇଛି । ଏହି ପୁରା ପ୍ରକ୍ରିୟାରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଗୋପୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.