କିଟ୍‌ ଓ କିସ୍‌ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ଓ କିସ୍‌ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍‌ ଷ୍ଟାଡିଅମଠାରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଅଲିମ୍ପିଆନ୍‌ ତଥା କିଟ୍‌ ଛାତ୍ର ଅମିତ ରୋହିଦାସ, କିଟ୍‌ ଛାତ୍ରୀ ଲିଲିମା ମିଞ୍ଜ, କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିଟ୍‌ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଭାରତୀୟ କ୍ରୀଡ଼ାର ଗୌରବ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଆଜିର ଦିବସ ପରିପ୍ରେକ୍ଷୀରେ ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ ।

 

ଏହି ଅବସରରେ ଅତିଥିମାନେ ଉପସ୍ଥିତ ଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି, କୋଚ, ଭାରତୀୟ ବାୟୁସେନା ପକ୍ଷରୁ କିଟ୍‌ରେ ରହି ଅଭ୍ୟାସ ଜାରି ରଖିଥିବା ଜାତୀୟ ଭଲିବଲ ଦଳ, ଓଡ଼ିଶା ରଗବୀ ଦଳ, ରାଜ୍ୟ ଖୋ ଖୋ ଦଳ, ଆର୍ଚେରୀ ଦଳ ଏବଂ କିଟ୍‌ ଓ କିସ୍‌ର କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.