Below header

କରୋନା ଦେଖେଇବ ଆଉ କି କି ଦୃଶ୍ୟ , ଗୋଟିଏ ପଟେ ପୁଅ ଶବକୁ ଛୁଇଁ ପାରୁନି ମାଆ ଅନ୍ୟପଟେ ବାପା ଶବ ଉଠାଇବାକୁ ନାରାଜ ପୁଅ

କେଇ ଫୁଟ ଦୂରତାରେ ପଡିଛି ପୁଅର ଶବ । ଭାଗ୍ୟ ଦେଖନ୍ତୁ ଜନ୍ମ କଲା ମାଆ ପୁଅକୁ ଶେଷ ଥର ପାଇଁ ଛୁଇଁ ପାରୁନି । କରୋନା କେବଳ ଜୀବନ ନେଇନି ମାର ଅନ୍ତରକୁ ଯେମିତି ଗୋଇଠା ମାରୁଛି । ଓଃ ଆଉ କେତେ ଏମିତି ଦୃଶ୍ୟ ଆମ ସାମ୍ନା କୁ ଆସିବ ।

କେନ୍ଦୁଝରରୁ ଆସିଛି ହୃଦୟ ଥରାଇବା ଭଳି ଦୃଶ୍ୟ । କରୋନା ପାଇଁ ଶବକୁ ଛୁଉଁ ନାହାଁନ୍ତି କେହି । ଏଠି ଦେଖିବା ପାଇଁ ଅନେକ ମଣିଷ ଥିଲେ ହେଲେ ଚାରିକାନ୍ଧ ଦେବା ପାଇଁ କାହା ପାଖରେ ମଣିଷପଣିଆ ନଥିଲା । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମଦରଙ୍ଗଯୋଡି ଗାଁର ବାପ ନଥିବା ସାନ ପୁଅର ଶବ ପଡ଼ିରହିଲା ଅନେକ ସମୟ। ସେ 4 ବର୍ଷ ହେଲା ବାଲେଶ୍ୱରରେ ଜଣେ ଜେସିବି ଅପରେଟର ଭାବେ କାର୍ଯ୍ୟ କରୁଥିଲେ ଏବଂ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ।

ଶୁକ୍ରବାର ସେ ଘରକୁ ଫେରିଥିଲେ ଏହାପରେ ବଡଭାଇ ସୁମନ୍ତ ଓ କେଦାର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସୁଧୁରିଲାନି ତାପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହେଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା ।

ଦିନକ ପରେ ତାଙ୍କ ମୃତ ଦେହ ଏକ ଆମ୍ବୁଲାନ୍ସ ଯୋଗେ ଆସି ପହଂଚି ଥିଲା ଗାଁରେ । ହେଲେ କରୋନା ଭୟରେ ସାହି ପଡିଶା ଲୋକେ ଛୁଇଁ ନଥିଲେ କି ଆସି ନଥିଲେ। ଖବର ପ୍ରଚାର ହେବାପରେ ସ୍ଥାନୀୟ ସରପଞ୍ଚ ଆଶା କର୍ମୀ ସେଠାରେ ପହଞ୍ଚି ଶବକୁ ଏକ ମେସିନ ସାହାଯ୍ୟରେ ପୋତି ଅନ୍ତିମ ସଂସ୍କାର କରିଥିଲେ ।

ସମାନ ଚିତ୍ର ଦେଖିବାକୁ ମିଳିଛି ତାଳଚେରରେ । ଏଠି ବାପାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ଛୁଉଁନି ପୁଅ । କଳମଛୁଇଁ ଗ୍ରାମର ସୁରେଶ ସାହୁ ଆଉ ନାହାଁନ୍ତି। ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲରେ ମୁଣ୍ଡରେ ଆଘାତ ପାଇଁ ଚିକିତ୍ସିତ ହେଉଥିଲେ ହେଲେ ଜୀବନ ଯୁଦ୍ଧରେ ହାରିଗଲେ । ତେବେ ବାପାର ଶବ ନେବାକୁ ପୁଅ କୁଣ୍ଠାବୋଧ । ବାପା ଶବ ପାଖ ମାଡ଼ୁନି । 24 ଘଣ୍ଟାରୁ ଅଧିକ ସମୟ ହେଲାଣି। ପରିବାରର କେହି ହସ୍ପିଟାଲ ଆସୁନାହାନ୍ତି । କରୋନା ରିପୋର୍ଟ ନେଗେଟିଭ ଆସିଛି ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ସତ୍କାର କରି ପାରୁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.