Below header

ମାହି ତୁମେ ମହାନ୍‌ : ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ

ଭାରତୀୟ କ୍ରିକେଟ ଜଗତର କୁଲ୍‌ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଦିନ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଶକ୍ତ ଝଟକା ଥିଲା। କିନ୍ତୁ ଧୋନୀ ଆଇପିଏଲ୍‌ ଖେଳିବେ। ଧୋନୀ ଏକମାତ୍ର ଖେଳାଳି ଯିଏକି ପଦ୍ମଭୂଷଣ, ପଦ୍ମଶ୍ରୀ ଏବଂ ରାଜୀବ ଗାନ୍ଧି ଖେଳ ରତ୍ନରେ ସମ୍ମାନିତ ହୋଇଛନ୍ତି। ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ଧୋନୀ। ଏହାଛଡା ସେନା ପ୍ରତି ତାଙ୍କର ଆଗ୍ରହ ଦେଖି ସେନା ପକ୍ଷରୁ ତାଙ୍କୁ ଲେଫନାଣ୍ଟ କର୍ନଲ ପାହ୍ୟା ମଧ୍ୟ ମିଳିଛି। ଧୋନୀଙ୍କ ସହିତ ଜଡିତ କିଛି କଥା..

ଧୋନୀ ପ୍ରଥମରୁ ଜଣେ ଅସାଧାରଣ ଉଜ୍ୱଳ ଏବଂ ଆକ୍ରାମକ ବ୍ୟାଟ୍ସମ୍ୟାନ ଥିଲେ। ଏକଦିବସୀୟ ମ୍ୟାଚରେ ସବୁଠାରୁ ଶାନ୍ତ କ୍ୟାପଟେନ ଭାବେ ଧୋନୀ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ରେ ଆଇସିସି ବିଶ୍ୱକପ୍‌ ୨୦-୨୦, ୨୦୦୭-୦୮ରେ କମନେଓ୍ଵଲଥ ବ୍ୟାଙ୍କ ସିରିଜ, ୨୦୧୧ରେ ଏକଦିବସୀୟ ବିଶ୍ୱକପ, ୨୦୧୩ରେ ଆଇସିସି ଚାମ୍ପିଅନ ଟ୍ରଫି ଏବଂ ବର୍ଡର ଗାଭାସ୍କର ଟ୍ରଫି ଜିତିଥିଲେ।

d1

୨୦୦୫ରେ ଧୋନୀ ଏକ ଦିବସୀୟ ମ୍ୟାଚରେ ପାକିସ୍ତାନ ବିରୋଧରେ ୧୪୮ ରନ କରିଥିଲେ। ଏହା କୌଣସି ଭାରତୀୟ ଓ୍ଵିକେଟ କିପର ଦ୍ୱାରା କରାଯାଇଥିବା ସର୍ବୋଚ୍ଚ ସ୍କୋର। ସେହି ବର୍ଷ ଶେଷରେ ଶ୍ରୀଲଙ୍କା ବିରୋଧରେ ଅପରାଜିତ ୧୮୩ ରନ କରି ନିଜର ରେକର୍ଡକୁ ଭାଙ୍ଗିଥିଲେ ଧୋନୀ। ଭାରତୀୟ କ୍ରିକେଟ ଟିମ୍‌ରେ ଏଣ୍ଟ୍ରି ପରେ ନିଜର ବ୍ୟାଟିଂ ଷ୍ଟାଇଲ ଯୋଗୁ ସବୁଠାରୁ ଅଧିକ ଲୋକପ୍ରିୟ ଖେଳାଳି ହୋଇଥିଲେ ଧୋନୀ।

d3

ଧୋନୀ ଏପରି ଜଣେ କ୍ୟାପଟେନ, ଯାହାଙ୍କ ଅଧିନାୟକତ୍ୱରେ ଭାରତ ଆଇସିସିର ସମସ୍ତ ଟ୍ରଫି ଜିତିଥିଲା। ତାଙ୍କ ଅଧିନାୟକରେ ହିଁ ଭାରତ ୨୪ ବର୍ଷ ପରେ ଏକ ଦ୍ୱିବସୀୟ କ୍ରିକେଟ ବିଶ୍ୱକପ୍‌ ଜିତିଥିଲା। ୨୦୧୩ରେ ଧୋନୀଙ୍କ ଅଧିନାୟକତ୍ୱ ଯୋଗୁଁ ପ୍ରଥମ ଥର ଚାମ୍ପିୟନ ଟ୍ରଫି ଜିତିଥିଲା ଭାରତ। ଧୋନୀ ୨୦୧୪ରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ। ତାଙ୍କର ଏହି ନିଷ୍ପତ୍ତି ସମସ୍ତ କ୍ରିକେଟ ପ୍ରେମୀଙ୍କୁ ଏକ ଶକ୍ତ ଧକ୍କା ଦେଇଥିଲା। ୨୦୧୭ରେ ଧୋନୀ ଭାରତୀୟ ଟି-୨୦ ଏବଂ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ଅଧିନାୟକ ପଦବୀରୁ ଇସ୍ତଫା ଦେଇଥିଲେ।

dhoni

ଧୋନୀ ଅନେକ ସମ୍ମାନ ପାଇଛନ୍ତି। ଆଇସିସି ଏକ ଦିବସୀୟ ପ୍ଲେୟାର ଅଫ ଦ ଇଅର, ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ଏବଂ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ସାମିଲ ରହିଛି। ଧୋନୀଙ୍କୁ ଉଇଜଡେନର ସର୍ବପ୍ରଥମ ଡ୍ରିମଟିମ୍‌ କ୍ୟାପଟେନ ଭାବେ ଚୟନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.