୩ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଜାରି କଲା AIIMS, ଆଜି ହିଁ କରନ୍ତୁ ଆବେଦନ

ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(AIIMS) ଦିଲ୍ଲୀ, ଭୁବନେଶ୍ବର, ରାୟବରେଲୀ ଏବଂ ଅନ୍ଯ AIIMS ପାଇଁ କମନ୍ ଏଲିଜିବିଲିଟି ଟେଷ୍ଟ ୨୦୨୦ ଜରିଆରେ ତିନି ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ଏହି ନିଯୁକ୍ତି ନର୍ସିଂ ଅଫିସର ଗ୍ରୁପ୍ ବି ପଦବୀରେ ନିଯୁକ୍ତି ହେବାକୁ ଯାଉଛି। ଇଛୁକ ଆବେଦନକାରୀ AIIMS ର ୱେବସାଇଟ୍ ମାଧ୍ଯମରେ ୧୮ ଅଗଷ୍ଟ ଅର୍ଥାତ ଆସନ୍ତାକାଲି ସଂଧ୍ଯା ୫ଟା ପର୍ଯ୍ଯନ୍ତ ଆବେଦନ କରିପାରିବେ। ପଞ୍ଜିକରଣ ପୂର୍ବରୁ ଆବେଦନକାରୀ ଅଫିସିଆଲ ୱେବସାଇଟ୍ କିମ୍ବା ଜାରି କରାଯାଇଥିବା ସୂଚନାକୁ ନିଶ୍ଚୟ ପଢନ୍ତୁ।

aiims1ଜାଣନ୍ତୁ କେଉଁ ସ୍ଥାନରେ କେତେ ପଦବୀ ଖାଲି ରହିଛି:

ଏମ୍ସ (ନୂଆଦିଲ୍ଲୀ)- ୫୯୭ ପଦ

ଏମ୍ସ (ଭୁବନେଶ୍ବର)- ୬୦୦ ପଦ

ଏମ୍ସ (ଦେବଗଢ)- ୧୫୦ ପଦ

ଏମ୍ସ (ଗୋରଖପୁର)- ୧୦୦ ପଦ

ଏମ୍ସ (ଯୋଧପୁର)- ୧୭୬ ପଦ

ଏମ୍ସ (କଲ୍ଯାଣୀ)- ୬୦୦ ପଦ

ଏମ୍ସ (ମଂଗଲଗିରି)- ୧୪୦ ପଦ

aiims_ଏମ୍ସ (ନାଗପୁର)- ୧୦୦ ପଦ

ଏମ୍ସ (ପାଟନା)- ୨୦୦ ପଦ

ଏମ୍ସ (ରାୟବରେଲୀ)- ୫୯୪ ପଦ

ଏମ୍ସ (ରାୟପୁର)- ୨୪୬ ପଦ

ଏମ୍ସ (ଋଷିକେଶ)- ୩୦୦ ପଦ

aiims2ମହତ୍ତ୍ବପୂର୍ଣ୍ଣ ତାରିଖ:

ପଞ୍ଜିକରଣ ଜମା କରିବାର ପ୍ରାରମ୍ଭିକ ତାରିଖ: ୦୫ ଅଗଷ୍ଟ ୨୦୨୦

ପଞ୍ଜିକରଣ ଜମା କରିବାର ଶେଷ ତାରିଖ: ୧୮ ଅଗଷ୍ଟ ୨୦୨୦ (ସଂଧ୍ଯା ୫)

ବୟସ ସୀମା:

ଆବେଦନକାରୀଙ୍କ ନ୍ଯୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ୩୦ ବର୍ଷ ନିର୍ଦ୍ଦାରିତ କରାଯାଇଛି।

aiimsଆବେଦନ ପ୍ରକ୍ରିୟା:

ଇଛୁକ ଆବେଦନକାରୀ ଅଧିକାରିକ ୱେବସାଇଟ୍ https://www.aiims.edu/en.html କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନକାରୀ ଦିଆଯାଇଥିବା ଲିଙ୍କରୁ ସୂଚନା ଡାଉନଲୋଡ କରି ସମସ୍ତ ସୂଚନା ସମ୍ପର୍କରେ ଅବଗତ ହେବା ପରେ ଆସନ୍ତା କାଲି ସଂଧ୍ଯା ୫ଟା ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ଆବେଦନ ସମୟରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ଯାନ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.