Below header

ନିର୍ବାଚନ କମିଶନ ଜାରି କଲେ ନୂଆ ମୋବାଇଲ ଆପ୍ , କୌଣସି ନିୟମର ଉଲ୍ଲଘଂନ ହେଲେ ଏହାଦ୍ବାରା ସିଧା ସଖଳ ଦେଇ ପାରିବେ ସୂଚନା

ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ଏବଂ ନିରପେକ୍ଷ ମତଦାନ ସୁନିଶ୍ଚିତ କରିବା ପାଇଁ କୌଣସି ପ୍ରୟାସକୁ ହାତ ଛଡା କରୁନାହାନ୍ତି । ସାତଟି ପର୍ଯ୍ୟାୟରେ ୧୧ ଏପ୍ରେଲ ଠାରୁ ଆରମ୍ଭ ହେବାକୁ ଥିବା ନିର୍ବାଚନରେ ରାଷ୍ଟ୍ରର ଭବିଷ୍ୟତର ନିଷ୍ପତ୍ତି ନେବେ ଭୋଟଦାତା । ଏଥିରେ ଟେକନୋଲୋଜି ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବ ।
ଇଭିଏମ୍ ର ବ୍ୟବହାର ଉପରେ ମନ୍ତବ୍ୟ ଦେଇ,ଇସିଆଇ ରବିବାର ଦିନ ଏକ CVIGIL ଏଣ୍ଡ୍ରୋଏଡ୍ ଆପ୍ଳିକେସନର ଘୋଷଣା କରିଛନ୍ତି କି ମତଦାତାଙ୍କ ଦ୍ବାରା ମଡେଲ କୋଡ୍ ଅଫ୍ କଣ୍ଡକ୍ଟ(MCC)ର କୌଣସି ବି ଉଲ୍ଲଘଂନ ହେଲେ ଆୟୋଗକୁ ସିଧା ସୂଚନା କରିବା ପାଇଁ ବ୍ୟବହାର କରାଯାଇପାରିବ ।

cvigil2ଆବେଦନ ସମ୍ପର୍କରେ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନିଲ ଅରୋରା କହିଛନ୍ତି କି CVIGIL ଆପ୍ ର ଉପଯୋଗ କରି ନାଗରିକ ନିଜର ଏଣ୍ଡ୍ରୋଏଡ୍ ମୋବାଇଲ୍ ର ରେକର୍ଡ କରିପାରିବେ ଏବଂ ନିର୍ବାଚନ ଅଧିକାରୀଙ୍କୁ ତୁରନ୍ତ ଆଦର୍ଶ,ଆଚାର ସଂହିତାର ଉଲ୍ଲଂଘନ ,ଧମକ କିମ୍ବା ଉତ୍ପୀଡ଼ନ ସହ କୌଣସି ପ୍ରକାରର ଘଟଣାର ରିପୋର୍ଟ କରିପାରିବେ । ଏସବୁ ପଠାଇବାର ୧୦୦ ମିନିଟ ଭିତରେ ଆକ୍ସନ ନିଆଯିବ । ଏଥିପାଇଁ ଆପଣଙ୍କୁ ରିଟରନିଙ୍ଗ ଅଫିସରଙ୍କ ପାଖକୁ ଯିବାକୁ ପଡିବନି ।

CVIGIL ଆପ୍ ମୋବାଇଲରେ ଏପରି ସେଟ୍ କରନ୍ତୁ :

ଷ୍ଟେପ୍ ୧- Google Play Store ରେ CVIGIL ଆପ୍ ଇନଷ୍ଟଲ୍ କରନ୍ତୁ

ଷ୍ଟେପ୍ ୨- ଆପ୍ଳିକେସନର ସ୍ଥାପନା ପରେ ଏହାକୁ ଷ୍ଟାର୍ଟ କରନ୍ତୁ ଏବଂ ପଞ୍ଜୀକରଣ ପେଜ୍ ରେ ପହଁଞ୍ଚନ୍ତୁ । ପଞ୍ଜୀକରଣ ଦୁଇ ପ୍ରକାରର କରାଯାଇପାରିବ । ଆପଣଙ୍କ ଫୋନ ନମ୍ବରରେ ଏକ ଓଟିପି ମାଧ୍ୟମରେ ଏବଂ ଅଜଣା ରୂପରେ ଫୋନ ନମ୍ବର କିମ୍ବା କୌଣସି ପରିଚୟ ବିନା ।

cvigilଷ୍ଟେପ୍ ୩-ଯଦି ଉପଯୋଗକର୍ତ୍ତା ଏକ ଓଟିପି ମାଧ୍ୟମରେ ପଞ୍ଜୀକରଣ କରିବାକୁ ବାଛନ୍ତି ତେବେ ଆପ୍ ତାଙ୍କୁ ସିଧା ଏକ ଖାତା ପେଜ୍ କୁ ନେଇଯିବ । ସେଠାରେ ଉପଯୋଗକର୍ତ୍ତା ଆବଶ୍ୟକ ବିବରଣୀ ସମ୍ପର୍କରେ ଲେଖିପାରିବେ ଯେମିତିକି ତାଙ୍କ ନାମ,ଠିକଣା,ରାଜ୍ୟ,ପିନକୋଡ ଏବଂ ମୋବାଇଲ ନମ୍ବର ।

cvigil appଷ୍ଟେପ୍ ୪- ଏହାପରେ ଉଭୟ ଓଟିପି ମାଧ୍ୟମରେ ଏବଂ ଅଜଣା ରୂପର ଉପଯୋଗକର୍ତ୍ତାଙ୍କୁ CVIGIL ପକ୍ଷରୁ ଧନ୍ୟବାଦ ଦିଆଯିବ ଯେଉଁଥିରେ ଇସିଆଇ ସହିତ ଅଭିଯୋଗର ଫଟୋ ଏବଂ ଭିଡିଓ ଦେବା ପାଇଁ ଏକ ବଟମ ରହିଥିବ । ଯେଉଁଥିରେ ଆପଣ ସବୁକିଛି ତଥ୍ୟ ଅପଲୋଡ କରି ପଠାଇପାରିବେ । ତେବେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହୋଇନଥିବା ବେଳେ ନିର୍ବାଚନ ସମୟରେ ଏହା କାର୍ଯ୍ୟକ୍ଷମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.