ଏୟାରପୋର୍ଟରେ ହାତରେ ହାତ ଧରି ଦେଖାଗଲେ ସାରା-କାର୍ତ୍ତିକ, ଜାଣନ୍ତୁ କଣ ରହିଛି ଏହା ପଛର ସତ୍ୟତା

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ଅଭିନେତା କାର୍ତ୍ତିକ ଅୟାନଙ୍କ ସଂପର୍କକୁ ନେଇ ଅନେକ କଥା ଶୁଣିବାକୁ ମିଳିଛୁ। କିଛି ଦିନ ପୂର୍ବେ କରଣ ଜୋହରଙ୍କ ଚାର୍ଟ ଶୋରେ ସାରା ଅଭିନେତା କାର୍ତ୍ତିକଙ୍କୁ ଡେଟ କରିବା ନେଇ ମତ ରଖିଥିଲେ। ଯାହାପରେ ତାଙ୍କ ଦୁହିଁଙ୍କ ସଂପର୍କକୁ ନେଇ ବେଶ ଚର୍ଚ୍ଚା ହୋଇଥିବା ବେଳେ ଦୁହିଁଙ୍କୁ ଏକା ସାଙ୍ଗରେ ବଡ଼ ପରଦାରେ ଦେଖିବା ନେଇ ଦର୍ଶକ ଆଶା କରୁଛନ୍ତି। ଏହି ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଫଟୋରେ ଦୁହେଁ ପରସ୍ପରର ହାତ ଧରି ଏୟାରପୋର୍ଟରେ ଯାଉଥିବା ନଜର ଆସିଛନ୍ତି।

Sara-Ali-Khans

କିଛି ଜଣ ଏହାକୁ ଦୁହିଁଙ୍କ ସଂପର୍କର ଆରମ୍ଭ କହିଥିବା ବେଳେ ଆମେ ଆପଣଙ୍କୁ ଏହି ଭାଇରାଲ ଫଟୋ ପଛର ସତ୍ୟତା କହିବା ପାଇଁ ଯାଉଛୁ। ବାସ୍ତବରେ ଦୁହିଁଙ୍କର ଏପରି କିଛି ଏୟାରପୋର୍ଟ ଫଟୋ ସୋସିଆଲ ମିଡିଆରେ ରହିନାହିଁ । କି ସେମାନେ ଦୁହିଁ ଏହି ମଧ୍ୟରେ କୁଆଡ଼େ ଯାଇ ମଧ୍ୟ ନାହାନ୍ତି। ଲୋକଙ୍କ ମଧ୍ୟରେ ଦୁହିଁଙ୍କୁ ନେଇ ବଢ଼ୁଥିବା ଲୋକପ୍ରିୟତାକୁ ଦେଖି କିଏ ଖୁବ ଚତୁରତର ଭାବେ ଦୁଇ ଭିନ୍ନ ଭିନ୍ନ ଫଟୋକୁ କାଟି ଯୋଡି ଦେଇଛନ୍ତି। ଯାହାପରେ ତାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ସାରା ଏବଂ କାର୍ତ୍ତିକ ନିକଟରେ ତାଙ୍କର ଆଗାମୀ ଫିଲ୍ମ ଲଭ ଆଜ କଲ ୨ ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଇମତିଆଜ ଅଲ୍ଲି ରହିଥିବା ବେଳେ ତାହାର ରିଲିଜ ନେଇ ବର୍ତ୍ତମାନ ପର‌୍ୟ୍ୟନ୍ତ କିଛି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.