Below header

ପ୍ରତିଦିନ ସକାଳେ ପିଇବା ପାଣିରେ ମିଶାନ୍ତୁ ଏହି ୪ ଟି ଜିନିଷ, ଦୁଇ ଗୁଣ ହୋଇଯିବ ଚେହେରାର ଚମକ

କଣ ଆପଣଙ୍କ ଚେହେରାର ଚମକ ମଳିନ ପଡିଯାଇଛି ? ଯେତେ ଚେଷ୍ଟା କଲେ ବି କୌଣସି ଫଳ ମିଳୁନି । ତେବେ ହୋଇପାରେ ଆପଣଙ୍କ ଶରୀରରେ ପାଣିର ଅଭାବ ହୋଇଛି । ପର୍ଯ୍ୟାପ୍ତ ମାତ୍ରାରେ ପାଣି ନପିଇଲେ ଡିହାଇଡ୍ରେସନ୍ ଯୋଗୁଁ ଏପରି ହୋଇଥାଏ । ପର୍ଯ୍ୟାପ୍ତ ପାଣି ପିଇଲେ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଚେହେରା ଡିହାଇଡ୍ରେଟ୍ ରହିବା ସହ ଅଧିକ ଉଜ୍ଜଳ ଦେଖାଯାଉ ବୋଲି ତେବେ ପ୍ରତିଦିନ ଏକ ଗ୍ଲାସ୍ ପାଣିରେ ଏହି ୪ଟି ଜିନିଷ ମିଶାଇ ପିଅନ୍ତୁ ।

ଡାଳଚିନି :

ଗୋଟିଏ ଗ୍ଲାସ୍ ପାଣିରେ ଚିମୁଟାଏ ଡାଳଚିନି ଏବଂ ସେଓର ଛୋଟ ଖଣ୍ଡ ମିଶାନ୍ତୁ । ଏହି ପାଣିକୁ ଫୁଟାଇ ଛାଣି ଥଣ୍ଡା କରି ପିଅନ୍ତୁ । ଏହି ପାଣିର ସ୍ବାଦ ବି ଭଲ ଲାଗିବ ଏବଂ ଶରୀରରେ ରକ୍ତ ସଂଚାର ମଧ୍ୟ ଭଲ ରହିବ । ଯାହା ଫଳରେ ଚେହେରା ଉଜ୍ଜଳ ଦେଖାଯିବ ।

ଷ୍ଟ୍ରବେରୀ ରସ :

ପିଇବା ପାଣିରେ ଷ୍ଟ୍ରବେରୀ ରସ ମିଶାଇ ପିଇବା ଦ୍ବାରା ଚେହେରାର ଦାଗ ଗାୟବ ହୋଇଯିବ । କାରଣ ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡେଂଟ୍ ଭରପୁର ଥାଏ ।

ମହୁ :

ପ୍ରତିଦିନ ସକାଳେ ନଖ ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ବାରା ଶରୀରର ଚର୍ବି କମ୍ ହୋଇଥାଏ । ଏହା ସହ ସ୍କିନରୁ ଦାଗ ମଧ୍ୟ ଚାଲିଯାଏ ।

ପୋଦିନା ପାଣି :

ପୋଦିନା ପାଣି ପିଇବା ଦ୍ବାରା ପେଟ ସଫା ରହିବା ଦ୍ବାରା ତ୍ବଚାରେ କୌଣସି ଦାଗ ମଧ୍ୟ ରହେ ନାହିଁ । ପ୍ରତିଦିନ ସକାଳେ ପୋଦିନା ପାଣି ପିଇଲେ ତ୍ବଚାରେ ଚମକ ଦୁଇ ଗୁଣ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.