ଆପଣ ଜାଣିଛନ୍ତି କି ଭଗବାନ ଶିବଙ୍କର ଥିଲେ ୩ଟି ପୁତ୍ରୀ , ଜାଣନ୍ତୁ ସେମାନଙ୍କ ବିଷୟରେ

ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ଦୁଇଟି ପୁତ୍ର ଗଣେଷ ଏବଂ କାର୍ତ୍ତିକଙ୍କ ସହିତ ତିନୋଟି ପୁତ୍ରୀ ମଧ୍ୟ ଥିଲେ। ଯାହା ଆପଣମାନେ ଏହି ବିଷୟରେ ଏ ପର୍ଯ୍ଯନ୍ତ ଖୁବ୍ କମ ଜାଣିଥିବେ।

ଜାଣନ୍ତୁ ଭଗବାନ ଶିବଙ୍କର କିଏ ଥିଲେ ସେହି ୩ପୁତ୍ରୀ 

ଅଶୋକ ସୁନ୍ଦରୀ

daughter of lord sivଭଗବାନ ଶିବଙ୍କର ପ୍ରଥମ ପୁତ୍ରୀ ହେଉଛନ୍ତି ଅଶୋକ ସୁନ୍ଦରୀ। ଧାର୍ମିକ ଶାସ୍ତ୍ର ‘ପଦ୍ମ ପୁରାଣ’ରେ ତାଙ୍କର ଜନ୍ମ ବିସ୍ତୁତ ଭାବରେ ବର୍ଣ୍ଣନା କରାଯାଇଛି। ଅଶୋକ ସୁନ୍ଦରୀଙ୍କ ବ୍ରତ ଗୁଜରାଟ ଏବଂ ପାଖାପାଖି ପଡ଼ୋଶୀ ରାଜ୍ୟରେ ପାଳନ କରାଯାଏ। ଶାସ୍ତ୍ରମତ ଅନୁସାରେ ଅଶୋକ ସୁନ୍ଦରୀ ମାତା ପାର୍ବତୀଙ୍କର ଇଚ୍ଛାପୁତ୍ରୀ ଥିଲେ। ଦେବୀ ପାର୍ବତୀଙ୍କୁ ଶୋକ ବା ଦୁଃଖରୁ ମୁକ୍ତି କରିବା ପାଇଁ ତାଙ୍କ ନାମ ଅଶୋକ ସୁନ୍ଦରୀ ରଖାଯାଇଥିଲା। ଶେଷରେ ସେ ଅଶୋକ ସୁନ୍ଦରୀ ନାମରେ ପରିଚିତ ହୋଇଥିଲେ କାରଣ ସେ ଦେଖିବାକୁ ବହୁତ ସୁନ୍ଦର ଥିଲେ। ଶିବ ପୁରାଣ ଅନୁଯାୟୀ ରାଜା ନହୁଷଙ୍କ ସହିତ ଅଶୋକ ସୁନ୍ଦରୀଙ୍କ ବିବାହ ହୋଇଥିଲା। ଏହି ବିଷୟ ତାଙ୍କୁ ଛୋଟ ବେଳୁ ଜଣାଥିଲା କାରଣ ସେ ଛୋଟ ସମୟରେ ଭବିଷ୍ୟତ ବିଷୟରେ ଜାଣିପାରୁଥିଲେ। ଅଶୋକ ସୁନ୍ଦରୀଙ୍କର ୧୦୦ ପୁତ୍ରୀ ଥିଲେ ଯିଏ ତାଙ୍କ ପରି ସମାନ ସୁନ୍ଦର ଥିଲେ।

ଜ୍ୟୋତି

sivହିନ୍ଦୁ ଦେବୀ ରୂପେ ପୂଜା ପାଉଥିବା ଦେବୀ ଜ୍ୟୋତି ମଧ୍ୟ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ କନ୍ୟା। ତାଙ୍କ ଜନ୍ମର ଦୁଇଟି ଭିନ୍ନ ଭିନ୍ନ କଥା ରହିଛି। ପ୍ରଥମେ ସେ ଭଗବାନ ଶିବଙ୍କ ପ୍ରଭାମଣ୍ଡଳରୁ ସୃଷ୍ଟି ହୋଇଥିଲେ। ଦ୍ବିତୀୟରେ ସେ ମାତା ପାର୍ବତୀଙ୍କ ମଥାରୁ ଜନ୍ମ ହୋଇଥିଲେ। ତାମିଲନାଡୁର କେତେକ ମନ୍ଦିରରେ ଦେବୀ ଜ୍ୟୋତିଙ୍କର ପୂଜା କରାଯାଉଛି। ଭାରତର କେତେକ ସ୍ଥାନରେ ମଧ୍ୟ ତାଙ୍କୁ ଦେବୀ ରେକୀଙ୍କ ରୂପରେ ପୂଜା କରାଯାଇଥାଏ, ଯାହା ବୌଦିକ ରାକ ସହିତ ଜଡ଼ିତ। ଉତ୍ତର ଭାରତରେ ଦେବୀ ଜ୍ବାଲାମୁଖୀ ନାମରେ ତାଙ୍କୁ ପୂଜା କରାଯାଉଛି।

ମନସା

shiva daughterମନସା ଦେବୀ ଭଗବାନ ଶିବଙ୍କର ତୃତୀୟ କନ୍ୟା ଥିଲେ, ଯାହାର ଜନ୍ମ ଶାପର ବିଷରେ ଚିକିତ୍ସା କରିବା ପାଇଁ ହୋଇଥିଲା। କୁହାଯାଇଥାଏ ଭଗବାନ ଶିବଙ୍କ ପିଣ୍ଡ ଯେତେବେଳେ ରାକ୍ଷସୀ କନ୍ଦରୁ ଦ୍ବାରା ତିଆରି କରାଯାଇଥିବା ମୂର୍ତ୍ତିକୁ ଛୁଇଁଥିଲେ ସେହି ସମୟରେ ମନସା ଦେବୀଙ୍କର ଜନ୍ମ ହୋଇଥିଲା। କେତେକ ସ୍ଥାନରେ ତାଙ୍କୁ ନାଗରାଜ ବାସୁକୀଙ୍କର ଭଉଣୀ ରୂପରେ ପୂଜା କରାଯାଇଥାଏ। ହରିଦ୍ବାରରେ ଏହି ମନ୍ଦିର ପ୍ରସିଦ୍ଧ। ବିଶେଷ କଥା ହେଉଛି ମନସା ଦେବୀ କେବଳ ଭଗବାନ ଶିବଙ୍କର ପୁତ୍ରୀ। ତାଙ୍କର ମାତା ପାର୍ବତୀଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.