Below header

ଦିଲ୍ଲୀ ମେଟ୍ରୋରୁ ପୁଣି ଏକ ଭିଡିଓ ଭାଇରାଲ, ଝିଅକୁ ପ୍ରଶଂସା ନକରି ରହିପାରିବେନି ଆପଣ

ବର୍ତ୍ତମାନ ସମୟରେ ଦିଲ୍ଲୀ ମେଟ୍ରୋରେ ଯିବା ଆସିବା କରିବା ମହିଳାମାନଙ୍କ ସୁରକ୍ଷା ପାଇଁ ଏକ ପ୍ରକାରର ବଡ ଚ୍ୟାଲେଞ୍ଜ ହୋଇଯାଇଛି । ତେବେ ମେଟ୍ରୋରୁ ଅନେକ ଥର ମହିଳାମାନଙ୍କ ପ୍ରତି ଖରାପ ବ୍ୟବହାର ଓ ଚୋରିର କେସ୍‌ ସାମ୍ନାକୁ ଆସୁଛି । ସେହିପରି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହକୁ ଦେଖିଲା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ପ୍ରତିଦିନ ଦିଲ୍ଲୀ ମେଟ୍ରୋରୁ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ତେବେ ଅଧିକାଂଶ ଭିଡିଓ ଝଗଡାର ଦେଖିବା ପାଇଁ ମିଳିଥାଏ । ବର୍ତ୍ତମାନ ଏହି ପରି ଭିଡିଓ ଇଣ୍ଟରନେଟ୍‌ରେ ବହୁତ ଦେଖିବା ପାଇଁ ମିଳୁଛି । ସେହିପରି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହକୁ ଦେଖିଲା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବା ପାଇଁ ମିଳିଛି, ଯେ ଜଣେ ଝିଅ ମେଟ୍ରୋ ଭିତରେ ଜାଣେ ବ୍ୟାକ୍ତିକୁ ଚାପୁଡା ମାରୁଛି । କାରଣ ସେହି ଝିଅର ଅଭିଯୋଗ ଯେ ସେହି ବ୍ୟାକ୍ତି ଜଣକ ତାଙ୍କୁ ଖରାପ ବ୍ୟବହାର କରିଛି ।

ବର୍ତ୍ତମାନ ସମୟରେ ଦିଲ୍ଲୀ ମେଟ୍ରୋରେ ଯିବା ଆସିବା କରିବା ମହିଳାମାନଙ୍କ ସୁରକ୍ଷା ପାଇଁ ଏକ ପ୍ରକାରର ବଡ ଚ୍ୟାଲେଞ୍ଜ ହୋଇଯାଇଛି । ତେବେ ମେଟ୍ରୋରୁ ଅନେକ ଥର ମହିଳାମାନଙ୍କ ପ୍ରତି ଖରାପ ବ୍ୟବହାର ଓ ଚୋରିର କେସ୍‌ ସାମ୍ନାକୁ ଆସୁଛି । ମେଟ୍ରୋରେ ଏତେ ସୁରକ୍ଷା କରାଯିବା ପରେ ମଧ୍ୟ ଲୋକମାନେ ତାଙ୍କ ମନ ଇଚ୍ଛାରେ କାମ କରିବାକୁ ଡରନ୍ତି ନାହିଁ ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାସହ ଲୋକମାନେ ସେହି ଝିଅର ସାହାସକୁ ପ୍ରଶଂସା କରିଛନ୍ତି । ସେହି ଭିଡିଓଟି ସୋସିଆଲ ମିଡିଆ xରେ କଳେଶ ନାମକ ଆକାଉଣ୍ଟ୍‌ରୁ ସେୟାର ହୋଇଥିଲା । ଏହି ଭିଡିଓ କ୍ୟାପସନ୍‌ରେ ଲେଖା ହୋଇଥିଲା ଯେ ‘ଦିଲ୍ଲୀ ମେଟ୍ରୋରେ ଜଣେ ଝିଅ ଓ ଜଣେ ପୁଅର ଝଗଡା’ । ସେହି ଝିଅ ଜଣକ ଅଭିଯୋଗ କରିଥିଲେ ଯେ ତାଙ୍କୁ ସେହି ପୁଅ ଜଣକ ଧକ୍କା ମାରିଥିଲେ । ସେହି ୩୦ ସେକେଣ୍ଡର ଏହି ଭିଡିରେ ଦେଖିବା ପାଇଁ ମଳିଛି ଯେ ଝିଅ ଜଣକ ବହୁତ ହିଁ ରାଗି ଜାଇଥିଲେ । ଝିଅଟି ରାଗି ବାରମ୍ବାର ପିଲାକୁ କହିଛି ମାକ୍କ ଖୋଲ ନହେଲେ ସମସ୍ତଙ୍କ ସାମ୍ନାରେ ଗଳିଦେବି । ଏହି ଘଟଣା ପରେ ପିଲା ଜଣକ ସେହି ବଗିରୁ ବାହାର ଯିବା ପାଇଁ ବାହାରି ଥିଲା ।

ସେହି ଭିଡିଓରେ ଦେଖିବା ପାଇଁ ମିଳିଛି,ଯେ ଝିଅଟି ଗୋଟିଏ ହାତରେ ସେହି ପିଲାର ହାତ ଧରିଛି ଓ ଅନ୍ୟ ଏକ ହାତରେ ଭିଡିଓ କରିବା ପାଇଁ ଆରମ୍ଭ କରିଛି । କାରଣ ଝିଅଟି ସେହି ପିଲାକୁ ସମସ୍ତଙ୍କ ସାମ୍ନାରେ ଏକ୍ସପୋଜ୍‌ କରିବା ପାଇଁ ଏହି ଭଳି କରିଥିଲେ । ଏହି ଭିଡିଓଟି ନଭେମ୍ବର ୭ରେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଯାହା ତୁରନ୍ତ ଭାଇରାଲ ହେବାକୁ ଲାଗିଥିଲା । ଏପର୍ଯ୍ୟନ୍ତ ଏହି ଭିଡିଓକୁ ୪୧ ହଜାରରୁ ଅଧିକ ଲୋକ ଲାଇକ୍‌ ମିଳିଛି । ସେହି ଭିଡିଓରେ ଅନେକ ଲୋକ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.