Below header

ଇଣ୍ଡୋନେସିଆରେ ଜୋରଦାର ଭୂକମ୍ପ ଝଟକା, ତୀବ୍ରତା ୬.୯

ଥରିଲା ଇଣ୍ଡୋନେସିଆର ସୋମଲାକି ସହର । ଇଣ୍ଡୋନେସିଆର ବାନ୍ଦା ସାଗରରେ ୬. ୯ ତୀବ୍ରତାର ଭୂମିକମ୍ପ ହୋଇଛି ।ଇଣ୍ଡୋନେସିଆ ସମୟ ୧୦.୨୩ ରେ ବାନ୍ଦା ସାଗରରେ ଭୂକମ୍ପ ଝଟକା ଲାଗିଛି ।

ଇଣ୍ଡୋନେସିଆର ବାନ୍ଦା ସାଗରରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୯ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ଇଣ୍ଡୋନେସିଆ ସମୟ ୧୦.୨୩ ରେ ବାନ୍ଦା ସାଗରରେ ଭୂକମ୍ପ ହୋଇଥିଲା । ସମୁଦ୍ରରେ ହୋଇଥିବା ଭୂକମ୍ପ ଯୋଗୁଁ ସୋମଲାକି ସହର ଦୋହଲିଯାଇଛି । ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହେବା ଖବର ମିଳିନାହିଁ ।

 

ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗର ରିଙ୍ଗ ଅଫ ଫାୟର ଉପରେ ରହିଛି । ତେଣୁ ଭୂକମ୍ପ ସବୁବେଳେ ଆସିଥାଏ । ରିଙ୍ଗ ଅଫ ଫାୟର ପ୍ରଶାନ୍ତ, କୋକୋସ, ଭାରତୀୟ- ଅଷ୍ଟ୍ରେଲିଆ, ଜୁଆଡ ଡେ ଫୁକା, ନାଜକା, ଉତ୍ତର ଆମେରିକା ଏବଂ ଫିଲିପିନ ଟେକ୍ଟୋନିକ ପ୍ଲେଟସ ପରସ୍ପର ସହ ଜଡିତ ରହିଛି ।

ରିଙ୍ଗ ଅଫ ଫାୟର ଉପରେ ଇଣ୍ଡୋନେସିଆ, ପାପୁଆ ନ୍ୟୁ ଗିନି, ଚିଲ୍ଲୀ, ଇକ୍ୱାଡୋର, ପେରୁ, ରୁଷ, ଜାପାନ, ଫିଲିପିନ୍ସ, ଅଷ୍ଟ୍ରେଲିଆ, କୋଷ୍ଟରିକା, ନ୍ୟୁଜିଲାଣ୍ଡ, ଗେ୍ଵାଟେମାଲା, ମେକ୍ସିକୋ, କାନାଡା ଏବଂ ଆର୍ଣ୍ଟାକାଟିକା ରହିଛି ।

ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ସକାଳ ୫.୩୨ ରେ ହୋଇଥିଲା । ଏହାର ତୀବ୍ରତା ୪.୨ ରହିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ବଙ୍ଗୋପସାଗରର ଖାଡିରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଥିଲା । ଏହି ଭୂକମ୍ପରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.