Below header

ଟ୍ରାଫିକରେ ବି ପାଠ ପଢ଼ୁଛନ୍ତି ଏ ଯୁବକ, ଅନଲାଇନରେ କରୁଛନ୍ତି ଫୁଡ ଡେଲିଭରି

ଟ୍ରାଫିକ୍‌ ରେ ଛିଡ଼ା ହୋଇଥିବା ଜଣେ ଯୁବକ ସମୟକୁ ଅପଚୟ ନକରି ଅନଲାଇନରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଅନଲାଇନ୍‌ କ୍ଲାସରେ ଯୋଗ ଦେଇ ଅତି ଧ୍ୟାନର ସହ ଶିକ୍ଷକଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିଥିଲେ ଯୁବକ ।

ପାଠ ପଢ଼ିବା ପାଇଁ ଯୁବପିଢ଼ି ଅନେକ ସଂଘର୍ଷ କରୁଥିବା ଦେଖିବାକୁ ମିଳେ । କିଛି ଯୁବପିଢ଼ି କାମ କରିବା ସହ ପାଠ ମଧ୍ୟ ପଢ଼ନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ପାଠ ପଢ଼ିବା ପାଇଁ ଏମିତି ସଂଘର୍ଷ କରୁଛନ୍ତି ଯେ, ତାଙ୍କର ଭିଡିଓ ଏବେ ଭାଇରାଲ ହେଉଛି । ପାଠ ପଢ଼ିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଅଛି କିନ୍ତୁ ପାଖରେ ନା ଅଛି ସମୟ ନା ଅଛି ଅର୍ଥ । ଜୀବନରେ କିଛି କରିବାର ଆଶା ନେଇ ପଢ଼ୁଛନ୍ତି ପାଠ ।

ଟ୍ରାଫିକ୍‌ ରେ ଛିଡ଼ା ହୋଇଥିବା ଜଣେ ଯୁବକ ସମୟକୁ ଅପଚୟ ନକରି ଅନଲାଇନରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଅନଲାଇନ୍‌ କ୍ଲାସରେ ଯୋଗ ଦେଇ ଅତି ଧ୍ୟାନର ସହ ଶିକ୍ଷକଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିଥିଲେ ଯୁବକ । ଯୁବକଙ୍କ ବାଇକ୍‌ ପଛରେ ଜୋମାଟୋ ବ୍ୟାଗ ରହିଥିଲା । ଯେଉଁଥିରୁ ସ୍ପଷ୍ଟ ଅନୁମାନ କରାଯାଇଥିଲା ଯେ ସେ ଅନଲାଇନରେ ଫୁଡ ଡେଲିଭରି କାମ ବି କରୁଛନ୍ତି । ପ୍ରତି ମିନିଟ୍‌ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଜୀବନରେ ସଂଘର୍ଷ ରହିବା ନିହାତି ଜରୁରୀ । ଯେଉଁଠାରେ ସଂଘର୍ଷ ନଥାଏ ସେଠାରେ ସଫଳତା ନଥାଏ । ଜୀବନରେ ସଫଳ ହେବା ପାଇଁ ସଂଘର୍ଷର ଆବଶ୍ୟକତା ଥାଏ । ମଣିଷର ସଂଘର୍ଷ ହିଁ ତାକୁ ସଫଳ କରେ । ଭାଇରାଲ ହେଉଥିବା ଭିଡିଓରେ, ଜୋମାଟୋ ଡେଲିଭରୀ ବଏ ନିଜ କାମ ଭିତରେ ବି ପାଠ ପଢ଼ୁଥିଲେ । ତାଙ୍କ ଚାରିପାଖରେ ଟ୍ରାଫିକର ଘୋ ଘା ଶବ୍ଦ ମଧ୍ୟରେ ବି ସେ ନିଜ ପାଠ ପଢ଼ାକୁ ଗୁରୁତ୍ୱ ଦେଇଛନ୍ତି । ଏବଂ ମୋବାଇଲରେ ଅନଲାଇନ୍‌ କ୍ଲାସକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ଲିପ୍ ଦେଖିବା ପରେ ଜଣାପଡ଼ିଛି ଯେ ସେ UPSC ପାଇଁ ପ୍ରସ୍ତୁତ ହେଉଛନ୍ତି । ଲାଇଭ୍‌ କ୍ଲାସରେ ଯୋଗ ଦେବା ପାଇଁ ସେ ଟ୍ରାଫିକରେ ହିଁ ପାଠ ପଢ଼ିବା ଆରମ୍ଭ କରିଥିଲେ ।

ଏହି ଭିଡିଓଟି ଟ୍ଵିଟରରେ ଆୟୁଷି ସାଙ୍ଘି ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ଦେଖିବା ସହ ଲାଇକ୍‌ ଓ କମେଣ୍ଟ ଦେଇଛନ୍ତି । ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ସେ କାମ ଭିତରେ ବି ସଂଘର୍ଷ କରୁଛନ୍ତି । ତାଙ୍କର ଏ ସଂଘର୍ଷ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ଏଭଳି ଅନେକ ଯୁବକ ଓ ଯୁବତୀ ଅଛନ୍ତି ଯେଉଁମାନେ ଜୀବନରେ କିଛି ବଡ଼ କରିବାର ଆଶା ରଖିଛନ୍ତି । କିନ୍ତୁ ଅର୍ଥ ଓ ସମୟର ଅଭାବ ପାଇଁ ସେମାନେ ହାର ମାନିଯାଆନ୍ତି । କିନ୍ତୁ ଏ ଯୁବକଜଣଙ୍କ କାମ ସହ ପାଠକୁ ବି ଗୁରୁତ୍ୱ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.