Below header

ଜନ୍ମ ହୋଇଛି ଦୁଇ ମୁଣ୍ଡ ଓ ଚାରି ଆଖି ଥିବା ବିଚିତ୍ର ବାଛୁରୀ

ଏହି କଅଁଳ ବାଛୁରୀଟିକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ବାଛୁରୀଟିର ଦୁଇଟି ମୁଣ୍ଡ କୁ ୪ଟି ଆଖି । ଖାଲି ସେତିକି ନୁହେଁ ଆଜ୍ଞା, ସେ ତାର ଦୁଇଟି ପାଟିରେ ପିଉଛି କ୍ଷୀର । ସେହି କଅଁଳ ବାଛୁରୀଟିର ଶରୀର ପାଦ ଯାଏଁ ଗୋଟାଏ କିନ୍ତୁ କେବଳ ତା ମୁଣ୍ଡ ଦୁଇଟି । ବାଛୁରୀଟି ତାର ଦୁଇଟି ପାଟିରେ କ୍ଷୀର ପିଉଛି ଆଉ ଚାଲିବାକୁ ଖେଳିବାକୁ ସେ ଉଦ୍ୟମ କରୁଛି ।

କେନ୍ଦ୍ରାପଡ଼ା : ସମସ୍ତଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ । କିନ୍ତୁ ମୁଣ୍ଡରେ ପଡ଼ିଛି ଚଡ଼କ । କାରଣ ଘରେ ଜନ୍ମ ନେଇଛି କଅଁଳା ବାଛୁରୀ । ଏଇ କଅଁଳ ବାଛୁରୀକୁ ଦେଖିବା ପାଇଁ ଛୁଟିଛି ଲୋକଙ୍କ ଭିଡ଼ । ଏଇ ବାଛୁରୀଟି ଏମିତି ସେମିତି ବାଛୁରୀ ନୁହେଁ ଆଜ୍ଞା । ଏହି କଅଁଳ ବାଛୁରୀଟିକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ବାଛୁରୀଟିର ଦୁଇଟି ମୁଣ୍ଡ କୁ ୪ଟି ଆଖି । ଖାଲି ସେତିକି ନୁହେଁ ଆଜ୍ଞା, ସେ ତାର ଦୁଇଟି ପାଟିରେ ପିଉଛି କ୍ଷୀର । ସେହି କଅଁଳ ବାଛୁରୀଟିର ଶରୀର ପାଦ ଯାଏଁ ଗୋଟାଏ କିନ୍ତୁ କେବଳ ତା ମୁଣ୍ଡ ଦୁଇଟି । ବାଛୁରୀଟି ତାର ଦୁଇଟି ପାଟିରେ କ୍ଷୀର ପିଉଛି ଆଉ ଚାଲିବାକୁ ଖେଳିବାକୁ ସେ ଉଦ୍ୟମ କରୁଛି ।

ଏ ଦୃଶ୍ୟକୁ ଯିଏ ଦେଖୁଛି ସେ ହତଚକିତ ହୋଇ ରହିଯାଉଛି । କାରଣ ଏଭଳି ବାଛୁରୀ ଜନ୍ମ ହେବା ବିରଳ ଅଟେ । ବାଛୁରୀ ତ ସବୁଠି ଜନ୍ମ ନେଉଛି ହେେଏ ଏଭଳି ଦୁଇ ମୁଣ୍ଡ ଥିବା ବାଛୁରୀ ଜନ୍ମ ହେବା ସ୍ୱତନ୍ତ୍ର । ତେବେ ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତଙ୍କ ମୁହଁରେ ଗୋଟିଏ ଶଦ୍ଦ ଯେ ଭଗବାନ ଏଇ ବାଛୁରୀଟିକୁ ବଞ୍ଚାଇ ଦିଅନ୍ତୁ । ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତ ବଡ଼ଟୁବି ଗାଁର ଧନଞ୍ଜୟ ହାଉଳିଙ୍କ ଗାଈ ଦୁଇ ମୁଣ୍ଡ ଦୁଇଟି ପାଟି ଚାରିଟି ଆଖି ଥିବା ଏକ ବିଚିତ୍ର ବାଛୁରୀ ଜନ୍ମ ଦେଇଛି l ଯାହା ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି l ଯାହା ଫଳରେ ଦୁହାଁଳିଆ ଗାଈ ଠାରୁ ଦିପଇସା ମିଳବା ଆଶା ପରିବାରର କ୍ଷୀଣ ହେବାକୁ ଯାଉଛି l

ସେପଟେ ଜନ୍ମିତ ବାଛୁରୀକୁ ଅନ୍ୟ ଗାଈ ଠାରୁ କ୍ଷୀର ଦୁହିଁ ବୋତଲ ଯୋଗେ ପିଆଇବାକୁ ପଡୁଛି l ବାଛୁରୀଟିର ବଡ଼ ମୁଣ୍ଡ ହୋଇଥିବାରୁ ୨୪ ଘଣ୍ଟା ପରେ ବି ବାଛୁରୀଟି ଠିଆ ହୋଇପାରୁନି l କିନ୍ତୁ ଦୌଡ଼ିବାକୁ ଖେଳିବାକୁ ବାଛୁରୀଟି ତାର ପ୍ରୟାସ କରୁଛି । ଏଭଳି ସ୍ଥଳେ ଏଇ କଅଁଳ ବାଛୁରୀଟି ବଞ୍ଚିବ କି ନାହିଁ ସମସ୍ତେ ଆଶା ଆଶଙ୍କା ଭିତରେ ରହିଛନ୍ତି । ଆଉ ଗାଈ କଣ କ୍ଷୀର ଦେବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଧନଞ୍ଜୟଙ୍କ ପରିବାର l ତେବେ ଏହି ବିରଳ ବାଛୁରୀକୁ ଦେଖିବା ପାଇଁ ଆଖପାଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଆଉ ସମସ୍ତେ ବାଛୁରୀର ଦୀର୍ଘାୟୁ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.