ଗୋଟିଏ ମିନିଟ୍ ସ୍ମାର୍ଟଫୋନକୁ ଛାଡି ରହି ପାରୁନାହାନ୍ତି ? ତେବେ ଏହି ଝିଅର କାହାଣି ନିଶ୍ଚୟ ପଢ଼ନ୍ତୁ. . .

ସ୍ମାର୍ଟ ଫୋନ ଆମ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଗଲାଣି। କାହା ସ୍ମାର୍ଟଫୋନ ବ୍ୟବହାର କରିବା ବାଧ୍ୟତା ହୋଇଥାଏ ତ ଆଉ କିଏ ଏହାକୁ ଟାଇମପାସ ପାଇଁ ବ୍ୟବହାର କରିଥାନ୍ତି। କିନ୍ତୁ ଯଦି ଆମେ ସ୍ମାର୍ଟଫୋନ ଦ୍ବାରା ହେଉଥିବା କ୍ଷତି ବିଷୟରେ ନଜର ପକାଇବା ତେବେ ଆମକୁ ଏହା ଜଣା ପଡିବ ଯେ ଆମେ ମାନେ ନିଜ ସ୍ବାସ୍ଥ୍ୟକୁ ନେଇ କେତେବଡ ମଜାକ୍ କରୁଛନ୍ତି। ଉଦାହରଣ ପାଇଁ ଆପଣ ସେହି ଝିଅର କାହାଣୀ ପଢ଼ିପାରିବେ ଯାହାର ସ୍ମାର୍ଟଫୋନ ବ୍ୟବହାର କରିବା କାରଣରୁ ୫୦୦ ଛିଦ୍ର ହୋଇଯାଇଛି।
ଏହି କାହାଣୀ ତାଇବାନର ଏକ ଝିଅର,ଯାହାଙ୍କର ବୟସ ୨୫ ବର୍ଷଅଟେ। ସୂଚନା ଅନୁଯାୟୀ ସେହି ଝିଅ ଗତ ୨ ବର୍ଷ ହେବ ନିଜର ସ୍ମାର୍ଟଫୋନର ଫୁଲ ବ୍ରାଇଟନେସ ସହିତ ବ୍ୟବହାର କରି ଆସୁଥିଲେ।

କିଛି ମାସ ପରେ ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭୂତ ହେଲା ଏବଂ ଆଖିରୁ ପାଣି ବାହାରିବାକୁ ଲାଗିଲା। ଏହାପରେ ସେ ପ୍ରାଥମିକ ଚିକିତ୍ସା କଲେ ଯାହା ଦ୍ବାରା ତାଙ୍କୁ କୌଣସି ଆରାମ ମିଳିଲା ନାହିଁ। ତେବେ ସେ ଏକ ବଡ ଡାକ୍ତରଙ୍କ ସହିତ ପରାମର୍ଶ କଲେ, ଯେଉଁଠି ତାଙ୍କୁ ଷ୍ଟେରିୟଡ ଚିକିତ୍ସା ଦିଆଗଲା।

lumenତାଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଲେ ଯେ ରୋଗୀଙ୍କ ଫୋନ ୬୨୫ ଲୁମେନ ବ୍ରାଇଟନେସରେ ଥିଲା। ଯାହା ୩୦୦ ଲୁମେନ ସ୍ତର ଠାରୁ ଦୁଇଗୁଣା ଅଧିକା ଥିଲା। ଡାକ୍ତରଙ୍କ କହିବାନୁଯାୟୀ କେବଳ ଦୁଇ ଘଣ୍ଡା ପାଇଁ ମଧ୍ୟ ୬୦୦ ଲୁମେନର ଫୋନ ସ୍କ୍ରୀନ ବ୍ରାଇଟନେସ ଦ୍ବାରା ଦେଖିବା ଦ୍ବାରା ମଧ୍ୟ ଆଖିର ଏହି ଅବସ୍ଥା ହୋଇପାରେ।

ସୂଚନା ଅନୁଯାୟୀ ସେ ଜଣେ ଏକ କମ୍ପାନୀରେ ସେକ୍ରେଟେରୀ ଅଟନ୍ତି ଏବଂ ସେ ଅଫିସ କାମ ପାଇଁ ଫୋନର ବହୁତ ବ୍ୟବହାର କରନ୍ତି। ଡାକ୍ତରଙ୍କ କହିବାନୁଯାୟୀ ତାଙ୍କ ଆଖି ଏମିତି ଜଳି ଯାଇଛି ଯେମିତି ମାଇକ୍ରୋୱେବରେ କୌଣସି ଜିନିଷ ଜଳିଯାଇଥାଏ। ତେବେ ଶେଷରେ ଆମେ ପରାମର୍ଶ ଦେବୁ ଯେ ଆପଣ ନିଜର ସ୍ମାର୍ଟଫୋନକୁ କମ୍ ବ୍ୟବହାର କରିବା ଉଚିତ।