ମୋଦିଙ୍କ ଶେଷ ମନ୍ କି ବାତ୍ : କୁଟନୈତିକ ସ୍ତରରେ ମିଳିଛି ବଡ଼ ସଫଳତା

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ କୁଟନୈତିକ ସ୍ତରରେ ବଡ଼ ସଫଳତା ମିଳିଛି । ଆଜି ମନ୍ କି ବାତରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ମୋଦି ଦେଶ ଉଦ୍ଦେଶ୍ୟରେ ଓ୍ଵାର ମେମୋରିଆଲକୁ ସମର୍ପିତ କରିବେ । ଇଣ୍ଡିଆ ଗେଟ୍ ଓ ଅମର ଯବାନ ଜ୍ୟୋତି ଆଗରେ ଓ୍ଵାର ମେମୋରିଆଲ ତିଆରି କରାଯାଇଛି ।

ଏହା ସହ ପ୍ରଧାନମନ୍ତ୍ରୀ ପୁଣି କ୍ଷମତାକୁ ଫେରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନିର୍ବାଚନ ପୂର୍ବରୁ ଆଜି ଥିଲା ମୋଦିଙ୍କ ଶେଷ ମନ୍ କି ବାତ୍ । ନିର୍ବାଚନ ଥିବାରୁ ମାର୍ଚ୍ଚ ଓ ଏପ୍ରିଲ ମାସରେ ମନ୍ କି ବାତ୍ ହେବ ନାହିଁ । ନିର୍ବାଚନ ପରେ ପୁଣି ଥରେ ମେ’ ମାସରେ ମନ୍ କି ବାତ୍ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ମନ୍ କି ବାତରେ ଓଡ଼ିଶାର ଦୈତାରୀ ନାୟକଙ୍କୁ ମୋଦିଙ୍କ ପ୍ରଶଂସା

ସେହିପରି ଆଜି ମନ୍ କି ବାତରେ ମୋଦି ଓଡ଼ିଶାର ଦୈତାରୀ ନାୟକଙ୍କ କଥା କହିଛନ୍ତି । ଦୈତାରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଗାଁରେ ପାଣି ସମସ୍ୟା ଥିବାରୁ ନିଜ ଉଦ୍ୟମରେ ତିନି କିଲୋମିଟର ପାହାଡ କାଟି ଗାଁକୁ ପାଣି ପହଞ୍ଚାଇଛନ୍ତି ଦୈତାରୀ ନାୟକ । ତାଙ୍କୁ ପଦ୍ମଶ୍ରୀ ପାଇଁ ମନୋନିତ କରାଯାଇଛି ।

Leave A Reply

Your email address will not be published.