Below header

ଆମେରିକାରେ ସମୁଦ୍ର ରାକ୍ଷାସ, ବୈଜ୍ଞାନିକ ବି ଆଚମ୍ବିତ

ବୈଜ୍ଞାନିକମାନେ ଆମେରିକାରେ ଏକ ଅନନ୍ୟ ପ୍ରାଣୀ ଆବିଷ୍କାର କରିଛନ୍ତି । ଯାହାର ଲମ୍ବ ୫୫ଫୁଟ । ଏହି ସମୁଦ୍ର ରାକ୍ଷାସ ଇଚଥୋସାର ନାମକ ଡାଇନୋସରଙ୍କ ସମୟରୁ ଆରମ୍ଭ ହୋଇଥିଲା । ଏହି ସମୁଦ୍ରପ୍ରାଣୀ ଏକ ପ୍ରକାରର ମାଛ ଭଳି । ବୈଜ୍ଞାନିକମାନଙ୍କ ଗବେଷଣାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ଅନୁସନ୍ଧାନ ଅନୁଯାୟୀ ପ୍ରାୟ ୨୪୦ନିୟୁତ ବର୍ଷ ପୂର୍ବେ ମାଛ ପରି ସାମୁଦ୍ରିକ ସରିସୃପମାନଙ୍କର ଆକାର ଅତି ଦୃତ ଗତିରେ ବୃଦ୍ଧି ପାଇଥିଲା । ଏହି ଅନନ୍ୟ ଜୀବର ମୁଣ୍ଡର ଆକାର ୬.୫ଫୁଟ ।

ଜୀବବିଜ୍ଞାନର ସହଯୋଗୀ ପ୍ରଫେସର ତଥା କାଲିଫର୍ଣ୍ଣିଆର ସ୍କ୍ରିପ୍ସ କଲେଜର ବରିଷ୍ଠ ଅନୁସନ୍ଧାନକାରୀ ଲାର୍ସ ସ୍ମିଜ ଏହି ଜୀବମାନଙ୍କ ଉପରେ ରିସର୍ଚ୍ଚ କରୁଛନ୍ତି । ସେ ତାଙ୍କ ଅଧ୍ୟୟନରେ କହିଛନ୍ତି ଯେ ବାଘ ତୁଳନାରେ ଏହାର ଆକାର ଅତି ଦ୍ରୁତ ଗତିରେ ବଢିବାରେ ଲାଗୁଛି ।ସେହି ସମୟ ମଧ୍ୟରେ ଯେତେବେଳେ ଡାଇନୋସର ପରି ଜୀବମାନେ ପୃଥିବୀରୁ ସମାପ୍ତ ହେଉଥିଲେ । ବୈଜ୍ଞାନିକ ମାନେ ଏହି ଜୀବ ବିଷୟରେ କହିଛନ୍ତି ଯେ ଏହା କେ ବଡ ଆବିଷ୍କାର । ପୃଥିବୀରେ ଜୀବନର ବିକାଶ ଉପରେ ଅନେକ ରହସ୍ୟ ଖୋଲାଯାପାରିବ ବୋଲି କହିଛନ୍ତି ସାଇଣ୍ଟିଷ୍ଟ ।

ଅନୁସନ୍ଧାନକାରୀମାନେ ପ୍ରଥମେ ୧୯୯୮ରେ ପ୍ରାଚିନ ଇଚିଥୋସରର ଜୀବାଶ୍ମ ଆବିଷ୍କାର କରିଥିଲେ । ଏହାର ଜୀବାଶ୍ମ ଉତ୍ତର ପଶ୍ଚିମ ନୋଭାଡାର ଅଗଷ୍ଟା ପର୍ବତର ପଥର ଖୋପରେ ମିଳିଥିଲା । ଏହି ହାଡ ଗୁଡିକ ମଧ୍ୟରୁ ଅନେକ ବାହାରକୁ ମଧ୍ୟ ଦେଖାଯାଉଥିଲା ।ଏହାକୁ ଦେଖିବା ପରେ ବୈଜ୍ଞାନିକ ମାନେ ଅନୁମାନ କଲେ ଯେ ଏହା ଏକ ବିଶାଳ ଆକାରର ଜୀବ ଅଟେ । ଯେଉଁଠାରେ ଜୀବାଶ୍ମ ମିଳିଲା ବୈଜ୍ଞାନିକମାନେ ୨୦୧୫ମସିହାରେ ଖନନ କରିଥିଲେ । ଏହି ସମୟରେ ବୈଜ୍ଞାନିକ ମାନେ ଏହି ଜୀବଟିର ମୁଣ୍ଡ ପାଇଲେ , ଫିନ ପରି ଏହାର ଛୋଟଅଂଶ ପାଣିରେ ଭାସୁଥିଲା ।

ଏହି ଜୀବ ଉପରେ ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଏହାର ମୁଣ୍ଡର ଦୈର୍ଘ୍ୟ ୬.୫ଫୁଟ ହୋଇଥିବା ବେଳେ ସମ୍ପୂର୍ଣ୍ଣ ବିକଶିତ ସାଇମ୍ବୋସ୍ପଣ୍ଡିଲସ ଯଙ୍ଗୋରମର ଲମ୍ବ ୫୫ଫୁଟ ଅଟେ । ଯେତେବେଳେ ଏହା ଜୀବନ୍ତ ଥିଲା ଏହା ୪୫ଟନ ଥିଲା । ଏହି ଅନନ୍ୟ ଜୀବ ଉତ୍ତର ଆମେରୀକାର ପଶ୍ଚିମ ଉପକୂଳବର୍ତ୍ତୀ ପନ୍ଥାଲାସିକ ମହାସାଗରରେ ବାସ କରୁଥିଲା ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.