ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣା ବଢ଼ାଇଦେବ କାଜୁ-ପାଳଙ୍ଗ ରାଇତା, ଥରେ ଖାଲି ବନାଇ ଦେଖନ୍ତୁ

ରାଇତା ଖାଦ୍ୟର ସ୍ୱାଦକୁ ବଢ଼ାଇଦେଇଥାଏ। ଏମିତି ତ ରାଇତା ବହୁତ ପ୍ରକାର ପ୍ରସ୍ତୁତ କରାଯାଏ। କିନ୍ତୁ ଆଜି ଯେଉଁ ରାଇତା ବିଷୟରେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ତାହା ଖାଦ୍ୟର ସ୍ୱାଦକୁ ବହୁତ ବଢ଼ାଇଦେଇଥାଏ। ଆଜି ଆମେ ଆପଣଙ୍କୁ କହୁଛୁ କାଜୁ ପାଳଙ୍ଗ ରାଇତା ବିଷୟରେ। ଯାହାକୁ ବନାଇବା ବହୁତ ସହଜ ଏବଂ ବହୁତ କମ୍‌ ସମୟରେ ଆପଣ ଏହାକୁ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ତାଜା ଦହି – ୫୦୦ ଗ୍ରାମ
  • ଅଧା କଟା କାଜୁ – ୧୫ରୁ୨୦ଟି
  • କାଜୁ ଚୂରା – ୨ ବଡ ଚାମଚ୍‌
  • ସିଝା ହୋଇଥିବା ପାଳଙ୍ଗ – ୧୫୦ ଗ୍ରାମ
  • ପେଶା ହୋଇଥିବା ଲାଲ ଲଙ୍କା ଗୁଣ୍ଡ – ୧ ଛୋଟ ଚାମଚ
  • ଲୁଣ – ୨ ଛୋଟ ଚାମଚ
  • ଭଜା ଜିରା ଗୁଣ୍ଡ – ୧/୨ ଛୋଟ ଚାମଚ୍‌
  • ବରଫ –୪ ବଡ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

  1. ପ୍ରଥମେ ଦହି, ସିଝା ପାଳଙ୍ଗ, କାଜୁ ଚୂରା ଏବଂ ବରଫକୁ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ।
  2. ଏଥିରେ ଲୁଣ ମିଶାଇ ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଏଥିରେ ଅଧା କଟା କାଜୁ ପକାଇ ସଜାଇ ଦିଅନ୍ତୁ।
  3. ଏହାପରେ ଏଥିରେ ଲାଲ ଲଙ୍କା ଗୁଣ୍ଡ ଏବଂ ଜିରା ଗୁଣ୍ଡ ପକାଇ ଦିଅନ୍ତୁ।
  4. ଆପଣଙ୍କର କାଜୁ-ପାଳଙ୍ଗ ରାଇତା ଏବେ ପ୍ରସ୍ତୁତ ହୋଇଯାଇଛି।