Below header

କେବେ ଭାବିଛନ୍ତିକି, ମଣିଷଙ୍କ ତୁଳନାରେ କାହିଁକି ପଶୁଙ୍କ ବୟସ କମ

ମୃତ୍ୟୁ ଏକ ଚିରନ୍ତନ ସତ୍ୟ । କଥାରେ ଅଛି “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ” । ସେ ମଣିଷ ହୁଅନ୍ତୁ ବା ପଶୁ ସମସ୍ତଙ୍କୁ ଦିନେ ନା ଦିନେ ଦୁନିଆ ଛାଡ଼ି ଯିବାକୁ ପଡିଥାଏ । କିନ୍ତୁ କିଛିଟା ପାରିପାର୍ଶ୍ବିକ ଅବସ୍ଥା, ଶାରୀରିକ ଗଠନ ଆଦିରୁ ହିଁ ଗୋଟିଏ ଜୀବର ହାରାହାରି ବୟସ ବାବଦରେ ଅନୁମାନ ଲଗାଯାଇପାରେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଅଧିକାଂଶ ପଶୁପକ୍ଷୀଙ୍କର ବୟସ ମଣିଷଙ୍କ ଠାରୁ କମ ହୋଇଥାଏ । ମଣିଷଙ୍କ ଠାରୁ ତୀବ୍ର ଗତିରେ ସେମାନଙ୍କ ବାର୍ଦ୍ଧକ୍ୟ ଆସିଥାଏ ଓ ସେମାନଙ୍କର ମୃତ୍ୟୁ ହୋଇଥାଏ । ଯଦି କୌଣସି ପୋଷା କୁକୁର ୧୦ ବର୍ଷ ବଞ୍ଚେ ତେବେ ଧରାଯାଏକି ସେ ମଣିଷ ଆୟୁର ୭୦ ବର୍ଷ ବଞ୍ଚିଛି । କୁହାଯାଏକି କୁକୁରଙ୍କ ୧ ବର୍ଷ ମଣିଷଙ୍କର ୭ ବର୍ଷ ସହ ସମାନ ।

– ପ୍ରକୃତରେ କୌଣସି ଜୀବର ବୟସ ତା ଶରୀରର ସ୍ୱାସ୍ଥ୍ୟ ଉପରେ ନିର୍ଭର କରିଥାଏ । ଶରୀର ସୁସ୍ଥ ରହିଲେ ବୟସ ବା ଆୟୁ ମଧ୍ୟ ବୃଦ୍ଧି ହୋଇଥାଏ । କିନ୍ତୁ ଶରୀର କ୍ଷୀଣ ହୋଇଚାଲିଲେ ସେହି ଅନୁପାତରେ ବୟସ ହାର ବି କମିଯାଏ ।

animal

– କୁକୁର ତୀବ୍ର ଗତିରେ ସେମାନଙ୍କ ମାଧ୍ୟମ ବୟସ ପର୍ଯ୍ୟନ୍ତ ପହଞ୍ଚିଥାନ୍ତି । ଆଉ ଧୀରେ ଧୀରେ ବାର୍ଦ୍ଧକ୍ୟ ଆଡକୁ ଗତି କରିଥାନ୍ତି । ଏମିତିବି କୁହାଯାଏକି କୁକୁରଙ୍କ ବୟସର ପ୍ରଥମ ବର୍ଷ ମଣିଷ ଜୀବନର ୩୧ ବର୍ଷ ସହ ସମାନ ହୋଇଥାଏ । ଏହାବାଦ କୁକୁରଙ୍କ କାଲାନୁକ୍ରମିକ ଆୟୁ ମଣିଷଙ୍କ ତୁଳନାରେ ଦୁଇ ଗୁଣା ବଢିଯାଏ ।

– ଜିନ ଶରୀରରେ ପ୍ରୋଟିନ ସୃଷ୍ଟି କରିଥାଏ । ଭିନ୍ନ ଭିନ୍ନ ବୟସରେ ଏହାର ଗଠନ ଭିନ୍ନ ଭିନ୍ନ ହୋଇଥାଏ । ଶରୀରରେ ଯେତେ ପରିମାଣରେ ପ୍ରତିରୋଧକ କ୍ଷମତା ସମ୍ପନ୍ନ ଜିନ ଥିବ, ସେହି ଅନୁପାତରେ ଜୈବିକ ଆୟୁ ବୃଦ୍ଧି ହୋଇଥାଏ । ବଂଶାନୁକ୍ରମିକ ନିୟମ, ଦିନଚର୍ଯ୍ୟା ସମେତ ମାନସିକ ସ୍ୱାସ୍ଥ୍ୟ ଉପରେ ଏହା ନିର୍ଭରଶୀଳ ହୋଇଥାଏ ।

– ଯେମିତିକି ଅନିୟମିତ ଜୀବନଶୈଳୀ, ବଦଭ୍ୟାସ ଆଦି କାରଣରୁ କାମ ବୟସରେ ବି ବାର୍ଦ୍ଧକ୍ୟ ଜନିତ ଦୁଃଖ ଭୋଗିବାକୁ ହୋଇଥାଏ ।

– ଅନ୍ୟପକ୍ଷରେ ଡିଏନଏ ମିଥାଇଲେସନରୁ ବି ସଠିକ ବୟସ ବାବଦରେ ଅନ୍ଦାଯା ଲଗାଯାଇପାରେ । ଡିଏନଏ ଏକ ଜୈବିକ ପ୍ରକ୍ରିୟା ହୋଇଥିବା ବେଳେ ଏହା ସହ ଅନେକ ମିଥାଇଲ ଜଡିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.