ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ଭାବେ ପାଳନ କରିବାକୁ ମିଳିଲା ଅନୁମତି, ବନ୍ଦ ରହିବ ମାଆଙ୍କ ସାଧାରଣ ଦର୍ଶନ

ଢେଙ୍କାନାଳ: ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି । କୋଭିଡ ନିୟମ ଅନୁସାରେ ପୂଜା କରିବାକୁ ପ୍ରଶାସନ ଅନୁମତି ଦେଇଛି । ୩୦ରୁ ଆରମ୍ଭ ହୋଇ ୧୧ ଦିନ ଧରି ଚାଲିବ ପୂଜା । ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ ଲକ୍ଷ୍ମୀ ।

ସମସ୍ତ ମେଢର ଉଚ୍ଚତା ୪ ଫୁଟରୁ କମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମାଆଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଘରେ ରହି ମାଆଙ୍କର ପୂଜାର୍ଚ୍ଚନା କରିବାକୁ ପୂଜା କମିଟି ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପୂଜାରେ ଅଂଶଗ୍ରହଣ କରୁଥିବା ସମସ୍ତ କର୍ମକର୍ତ୍ତା କୋଭିଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିରାଡମ୍ବର ଭାବେ ମାଆଙ୍କ ବିସର୍ଜନ କରିବାକୁ ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.