ଭିନ୍ନ ଅନ୍ଦାଜ୍‌ ରେ ସମୁଦ୍ର କୂଳରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ ନୋରା, ଦେଖନ୍ତୁ ଭିଡିଓ

ନୋରା ଫତେହି ନିଜର କିଲର୍‌ ଡ୍ୟାନ୍ସକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏନେଇ ସେ ନିଜର ଅନେକ ଡ୍ୟାନ୍ସ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ସୂଚନା ଅନୁଯାୟୀ ନୋରା ଗତକାଲି ମେକଅପ୍‌ କଳାକାର ମାର୍ସ ପେଡ୍ରୋଜୋଙ୍କ ସହ ସମୁଦ୍ର କୂଳରେ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି। ଯାହାର ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

Aaaayyyy issa vibe 🔥 🔥 #livingmybestlife @marcepedrozo 😄😄

A post shared by Nora Fatehi (@norafatehi) on

ନୋରା ଫତେହି ପ୍ରଥମେ ‘ସତ୍ୟମେବ ଜୟତେ’ର ଗୀତ ଦିଲବର୍‌ ରେ ସମସ୍ତଙ୍କ ମନ କିଣିଥିଲେ। ଏହାପରେ ସେ ଫିଲ୍ମ ‘ବାଟଲା ହାଉସ୍‌’ ରେ ସାକି ସାକି ଏବଂ ଷ୍ଟିଟ ଡ୍ୟାନ୍ସର 3D ରେ ଗର୍ମି ଭଳି ଗୀତରେ ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଡ୍ୟାନ୍ସ-ରିୟଲିଟି ଶୋ’ ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସରରେ ମଧ୍ୟ ମଲାଇକାଙ୍କ ଅନୁପସ୍ଥିତିରେ ନୋରାଙ୍କୁ ଜଜ୍‌ କରିବା ପାଇଁ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ମଲାଇକା ଶୋ’ କୁ ଫେରିବା ପରେ ନୋରା ବିଦାୟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.