Below header

ରାସ୍ତା ଉପରେ କରୁଛନ୍ତି କି ଡ୍ୟାନ୍ସ , ତେବେ ଥରେ ଦେଖିନିଅନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆର ଏହି ଜମାନାରେ ଯେଉଁଠି ଲୋକ ସାତ ଦରିଆ ପାରରେ ଥିବା ଲୋକଙ୍କ ସହିତ ଯୋଡି ହୋଇପାରୁଛନ୍ତି। ସେହିପରି ଏହା ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଅନେକ ମଜାଦାର ଜିନିଷ ସବୁ ଦେଖିବାକୁ ମିଳୁଛି। ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେଜ ମଜାଳିଆ ଏବଂ ଅଜବ ଭିଡିଓ ଭାଇରାଲ ହେଉଥାଏ। ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ଖୁସି ବି ହୁଅନ୍ତି ଏବଂ ଆଶ୍ଚର୍ଯ୍ୟ ବି ହୁଅନ୍ତି।

ତେବେ ନିକଟରେ ଏମିତି ଏକ ଭିଡିଓ ଦେଖିବାକୁ ମିଳୁଛି, ଯାହାକୁ ଦେଖି କିଛି ଲୋକ ହସିହସି ଗଡ଼ି ଯାଉଥିବା ବେଳେ ଆଉ କେତେକ ଏଭଳି ଭିଡିଓ କରୁଥିବା ବେଳେ ସତର୍କ ରହିବାକୁ କହିଛନ୍ତି। ଆପଣ ଦେଖିପାରୁଥିବେ ଏହି ଭିଡିଓରେ ଜଣେ ଯୁବତୀ ରାସ୍ତାରେ ଛିଡ଼ା ହୋଇ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସୁଟ କରୁଛନ୍ତି। ଆଉ ଠିକ ଏତିକି ବେଳେ ସେଠାରେ ଥିବା ଏକ ବୁଲା କୁକୁର ଆସି ଯୁବତୀଙ୍କୁ କାମୁଡ଼ି ପକାଉଥିବା ଦେଖିବାକୁ ମିଳୁଛି।

ଏହାପରେ ଯୁବତୀ ଜଣଙ୍କ ପ୍ରାଣ ବିକଳେ ଦୌଡି ସେଠାରୁ ପଳାଇ ଆସୁଛନ୍ତି। କୁକୁର କାମୁଡ଼ାରେ ଯୁବତୀଙ୍କ ଜଙ୍ଘରେ ଆଘାତ ଲାଗିଥିବା ଦେଖିବାକୁ ମିଳୁଛି। ଭିଡିଓରେ ଯୁବତର ଜଣଙ୍କ ନିଜେ ମଲମ ଲଗାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓରେ ବି ଜଣେ ବ୍ୟକ୍ତି ଏହା କହୁଥିବା ଶୁଣିବାକୁ ମିଳୁଛି ଯେ ରାସ୍ତା ଉପରେ ଏମିତି ଡ୍ୟାନ୍ସ କରନାହିଁ। ଏବେ କୁକୁର କାମୁଡ଼ି ଦେଲା, ୧୪ଟା ଇନଜେକସନ ନେବାକୁ ହେବ।

ଏହି ଭିଡିଓଟି ବହୁତ ପୁରୁଣା ବୋଲି କୁହାଯାଉଛି, କିନ୍ତୁ ଏବେ ପୁଣି ଥରେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ଲୋକମାନେ ବି ଏହାକୁ ବହୁତ ପସନ୍ଦ କରୁଛନ୍ତି। ତେବେ ଆପଣଙ୍କୁ ଆମର ଅନୁରୋଧ ଯଦି ଆପଣ ବି ଏମିତି ରାସ୍ତା ଉପରେ କି ସର୍ବସାଧାରଣ ସ୍ଥାନରେ ଏପରି କରୁଛନ୍ତି ତାହେଲେ ସାବଧାନ ହୋଇଯାନ୍ତୁ। ଏହି ଭିଡିଓ ହୁଏତ ଆପଣଙ୍କ ପାଇଁ ଏକ ବାର୍ତ୍ତା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.