ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ମହିଳାଙ୍କଠୁ ଠକିନେଲେ ୩୭ ଲକ୍ଷ, ଦିଲ୍ଲୀରୁ ୨ ଆଫ୍ରିକୀୟଙ୍କୁ ଗିରଫ କଲା ସାଇବର ପୋଲିସ

ଗୋଆ ଏବଂ ଦିଲ୍ଲୀ ପୋଲିସର ସାଇବର ଅପରାଧ ଅଧିକାରୀମାନଙ୍କର ଏକ ଟିମ୍‌ ମଙ୍ଗଳବାର ଦିଲ୍ଲୀରୁ ୨ ଆଫ୍ରିକୀୟଙ୍କୁ ଗିରଫ କରିଛି। ସେମାନେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ଗୋଆର ଜଣେ ମହିଳାଙ୍କୁ ୩୭ ଲକ୍ଷ ଟଙ୍କାର ଚୂନ ଲଗାଇ ଦେଇଛନ୍ତି। ପୋଲିସର ବୟାନ ମୁତାବକ, ପୀଡ଼ିତା ମହିଳା ଜଣକ ଏ ନେଇ ସାଇବର ଅପରାଧ ପୋଲିସ ଷ୍ଟେଶନରେ ଏକ ଅଭିଯୋଗ ଦାୟର କରିଛନ୍ତି।

ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଜଣେ ବ୍ୟକ୍ତି ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଏକ ନକଲି ପ୍ରୋଫାଇଲ ବନାଇ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ମହିଳାଙ୍କୁ ଜାଲରେ ଫସାଇ ଅଭିଯୁକ୍ତ ତାଙ୍କୁ ବିଦେଶରୁ ମହଙ୍ଗା ଗିଫ୍ଟ ପଠାଇବାର ଲୋଭ ଦେଖାଇଥିଲେ ଏବଂ ସେହି ବିଦେଶୀ ଉପହାର ପାଇଁ କଷ୍ଟମ୍‌ କ୍ଲୀୟରାନ୍ସ ନାଁରେ ୩୭ ଲକ୍ଷ ଟଙ୍କା ଠକି ନେଇଥିଲେ। ଗିଫ୍ଟ ଲାଗି ତାଙ୍କୁ କଷ୍ଟମ୍‌ କ୍ଲୀୟରାନ୍ସ କରିବାକୁ ହେବ ବୋଲି ଅଭିଯୁକ୍ତ ଜଣକ ମହିଳାଙ୍କୁ କହିଥିଲେ।

fraud

ସେ ନିଜକୁ ଜଣେ ଡାକ୍ତର ବୋଲି ପ୍ରୋଫାଇଲରେ ଦର୍ଶାଇଥିଲେ। କିନ୍ତୁ ଯେତେବେଳେ ମହିଳାଙ୍କୁ ଅନୁଭବ ହେଲା କି, ସେ ଠକେଇର ଶିକାର ହୋଇଛନ୍ତି, ସେତେବେଳେ ସେ ସଙ୍ଗେ ସଙ୍ଗେ ସାଇବର କ୍ରାଇମ୍‌ ପୋଲିସ ଷ୍ଟେଶନରେ ପହଞ୍ଚି ଅଭିଯୋଗ ଦାଖଲ କରିଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା କି, ଏଭଳି ନକଲି ପରିଚୟ ଦେଇଥିବା ଅପରାଧୀମାନଙ୍କ ପଛରେ ଏକ ଗ୍ୟାଙ୍ଗ୍‌ କାମ କରୁଛି। ପୋଲିସର କହିବା ଅନୁଯାୟୀ, ଗିରଫ ୨ ଅଭିଯୁକ୍ତ ହେଲେ କ୍ୟାମରୁନର ସୁପା ସେବେଷ୍ଟିୟନ୍‌ ଓ ଆଇବରୀ କୋଷ୍ଟର ସେନେହାଁଉନ୍‌ ଫ୍ରାଙ୍କ। ଅଭିଯୁକ୍ତମାନେ ଦିଲ୍ଲୀର ମହରୌଲୀ ଅଞ୍ଚଳରେ ରହୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.