Below header

କୋର୍ଟ ଚାଲାଣ ହେଲା କିଡ୍‌ନୀ ଦଲାଲ ହିମାଂଶୁ ନନ୍ଦ, ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଠକି ନେଇଥିଲା ୫ଲକ୍ଷରୁ ଅଧିକ ଟଙ୍କା

ଭୁବନେଶ୍ୱର: କୋର୍ଟ ଚାଲାଣ ହେଲା କିଡ୍‌ନୀ ଦଲାଲ ହିମାଂଶୁ ନନ୍ଦ। ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ଗତକାଲି ହିମାଂଶୁଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। କିଡନୀ ଯୋଗାଇଦେବାକୁ କହି ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୫ଲକ୍ଷ ୫୦ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା।

ଦୁଇ ମାସ ତଳେ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ମହିଳାଙ୍କୁ କିଡନୀ ଦେବା ନାଁରେ ୩ଲକ୍ଷ ୫୦ହଜାର ଟଙ୍କା ଠକି ନେଇଥିଲା। ଏନେଇ ଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ। ଏହାପରେ ତା ମୋବାଇଲ ଫୋନ୍‌ ନମ୍ବରକୁ ଟ୍ରାକ କରି ତାକୁ ଗିରଫ କରିଥିଲା। ହିମାଂଶୁ ପୂର୍ବରୁ କଳିଙ୍ଗ ହସ୍ପିଟାଲରେ ମାର୍କେଟିଂରେ କାମ କରୁଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.