ଅଳିଆ ଗଦାରୁ ଖାଇବାକୁ ବାଧ୍ୟ ହେଉଛନ୍ତି ହାତୀ, ଭାଇରଲ ହେଉଥିବା ଫଟୋ ଦେଖି ଆପଣ ମଧ୍ୟ ହୋଇଯିବେ ଭାବୁକ

ଶ୍ରୀଲଙ୍କାର କିଛି ହାତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ଦଳେ ହାତୀ ଜଙ୍ଗଲ ଛାଡି ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରୁଛନ୍ତି । ଏହି ଫଟୋ ଏବେ ଇଣ୍ଟରନେଟ୍ ୟୁଜର୍ସଙ୍କୁ ଭାବୁକ କରିଛି । ଏଥିରେ ପ୍ରତିକ୍ରିୟାର ସୁଅ ଛୁଟିଛି ।

ଇଣ୍ଟରନେଟରେ ଭାଇରଲ ହେଉଥିବା ଏହି ଫଟୋକୁ ଫଟୋଗ୍ରାଫର Tharmaplan Tilaxan ଉତ୍ତୋଳନ କରିଛନ୍ତି। ସେ ପଶୁପକ୍ଷୀଙ୍କ ଉପରେ ରିସର୍ଚ୍ଚ କରନ୍ତି । ସେ ଏହି ଫଟୋ ଦେଖି ଚିନ୍ତା ପ୍ରକଟ କରିଛନ୍ତି ।

ଏହି ଫଟୋ Tharmaplan Tilaxan ଙ୍କୁ ବିଚଳିତ କରିଛି । ମଣିଷମାନଙ୍କ ଭୁଲ୍ ପାଇଁ ପଶୁଙ୍କୁ ଏପରି ଭୋଗିବାକୁ ପଡୁଛି । ପ୍ଲାଷ୍ଟିକ୍ ସେମାନଙ୍କ ପାଇଁ ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ସେ କହିଛନ୍ତି କି ହାତୀ ଗୋଟିଏ ଦିନରେ ଅତିକମରେ ୨୮ରୁ ୩୦ କିମି ଚାଲିଥାନ୍ତି । ଏହି ସମୟରେ ସେମାନେ ଗଛ ପତ୍ର ଆଦି ଖାଇଥାନ୍ତି । ପ୍ଲାଷ୍ଟିକ୍ ଖାଇବା ନିହାତି ଏକ ଚିନ୍ତାର ବିଷୟ । ଏହା ସେମାନଙ୍କ ଆଭ୍ୟନ୍ତରୀଣ କ୍ଷତି କରିପାରେ । ଏପରିକି ମୃତ୍ୟୁର କାରଣ ମଧ୍ୟ ହୋଇପାରେ ।

ଏହି ଫଟୋକୁ ନେଇ ଆଇଏଫଏସ ପ୍ରବୀନ କାସୱାନ ଟ୍ବିଟର ଆକାଉଣ୍ଟରେ ସେୟାର କରି ଚିନ୍ତା ପ୍ରକାଶ କରିଛନ୍ତି । ଏହି ଅଳିଆ ଆବର୍ଜନା ହାତୀଙ୍କ ପେଟରେ ଜମା ହେଲେ ତାଙ୍କ କ୍ଷତି କରିବା ସହ ମଳ ରୂପେ ଜଙ୍ଗଲ ମଧ୍ୟ ଦୂଷିତ କରିବ । ଏହା ଅନ୍ୟ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବିପଦର କାରଣ ପାଲଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.