Below header

ବାଇକ୍‌ ଚଲାଉଛି କୁକୁର, ଲୋକେ କହିଲେ ‘ଭବିଷ୍ୟତରେ କୁକୁର ହିଁ ଚଲାଇବ କ୍ୟାବ୍‌’, ଭିଡିଓ ଭାଇରାଲ

ବେଳେ ବେଳେ ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆମ୍ଭେ ସବୁବେଳେ ଆଶ୍ଚର୍ଯ୍ୟ ହେଉ। କେଉଁଠି କୁକୁର ବାଇକ୍‌ରେ ବସି ହେଲମେଟ ପିନ୍ଧିଥିବା ଭିଡିଓ ଦେଖିବାକୁ ମିଳିଛି। କିନ୍ତୁ କେବେ ଆପଣ କୁକୁରକୁ ବାଇକ୍‌ ଚଲାଉଥିବା ଦେଖିଛନ୍ତି କି ? ହୁଏତ ନା, କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ କୁକୁର ବାଇକ୍‌ ଚଲାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ କ୍ଲାରା ଜୋବର୍ଗ ନିଜର ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଏପର୍ଯ୍ୟନ୍ତ ୨୩ ହଜାରରୁ ଉର୍ଦ୍ଧ୍ୱ ଲୋକେ ଦେଖିସାରିଲେଣି।

ଏହି ଭିଡିଓରେ ଜଣେ କାର ଚାଳକ ନିଜର ମୋବାଇଲରେ ଏହାକୁ ସୁଟିଂ କରିଛନ୍ତି। ପ୍ରଥମରୁ ଏହାକୁ କୌଣସି ଲୋକ ଚଲାଉଥିବା ଜଣାପଡୁଥିବା ବେଳେ ପାଖରୁ ଦେଖିବା ପରେ ଆପଣ ହୁଏତ ନିଜ ଆଖିକୁ ବିଶ୍ୱାସ କରିପାରିବେ। ଏହାକୁ ମଣିଷ ନୁହେଁ ବରଂ କୁକୁର ଚଲାଉଛି। ଆପଣ ମଧ୍ୟ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। ଏହି ଭିଡିଓକୁ ଦେଖି ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି। ଯାହାକୁ ଦେଖି ଜଣେ ୟୁଜର କହିଛନ୍ତି, ‘ଭବିଷ୍ୟତରେ କୁକୁର ହିଁ ଚଲାଇବ କ୍ୟାବ୍‌’।  ଏହି ଭିଡିଓ କେଉଁ ସ୍ଥାନର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.