Below header

ଲୋକାଲ ଟ୍ରେନରେ ଯାତ୍ରା କରୁଛି କୁକୁର, ମାନୁଛି ସବୁ ନିୟମ

ଚଳନ୍ତା ଟ୍ରେନରେ ଚଢିବା ଓ ଓଲ୍ହାଇବା ଖୁବ ଖତରନାକ ହୋଇଥାଏ । ଭାରତୀୟ ରେଳ ବିଭାଗ ଦ୍ୱାରା ଜାରି ହୋଇଥିବା ସ୍ୱତନ୍ତ୍ର ନିୟମକୁ ଖୁବ କମ ଲୋକ ଗମ୍ଭୀରତାର ସହ ନେଇଥାନ୍ତି । ଷ୍ଟେସନରେ ଟ୍ରେନ ଅଟକିଥିବ କି ନାହିଁ ଯାତ୍ରୀ ମାନେ ଚଢିବା, ଓଲ୍ହାଇବା ଆରମ୍ଭ କରିଦିଅନ୍ତି । ଏହି ଟଣାଓଟରାରେ ଅନେକ ଥର ଜୀବନ ବି ଯାଇଥାଏ । ମଣିଷ ମାନେ ଧର୍ଯ୍ୟହରା ହୋଇ ନିଜ ଜୀବନକୁ ବାଜି ଲଗେଇ ଦେଉଥିବା ବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ କୁକୁରର ଭିଡିଓ ଠାରୁ କିଛି ଶିଖିବା ନିହାତି ଦରକାର ।

 

 

View this post on Instagram

 

A post shared by Viral Bhayani (@viralbhayani)

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ଏହି ଭିଡିଓ ଟିକୁ ଯଦି ଦେଖିବେ ତେବେ ଜାଣିପାରିବେଯେ ମୁମ୍ବାଇ ଲୋକାଲ ଟ୍ରେନରେ ଏକ କୁକୁର ଯାତ୍ରା କରୁଛି । ଆଉ ବଗିର ଠିକ ପାଖରେ ହିଁ ଛିଡା ହୋଇଛି । ଟ୍ରେନ ଟି ବି ଖୁବ ଦ୍ରୁତ ଗତିରେ ଦୌଡୁଛି । କିନ୍ତୁ ଷ୍ଟେସନ ଆସିବା ପରେ ଟ୍ରେନର ବେଗ କମିଲେ କୁକୁରଟି ଟ୍ରେନରୁ ସତର୍କତାର ସହ ଓଲ୍ହଉଛି । ଭିଡିଓ ଅମାନିଆ ମଣିଷ ମାନଙ୍କୁ ଏକ ଶିକ୍ଷା ଦେବ ନିଶ୍ଚିନ୍ତ

ଏହି ଭିଡିଓଟିକୁ ଇନ୍ଷ୍ଟଗ୍ରାମରେ @viralbhayani ନାମକ ଜଣେ ୟୁଜର ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖାଯାଇଛିକି, “2021 ବୁଝିବିଚାରି କାମ କରିବାର ବର୍ଷ” । ଭିଡିଓଟି ସେୟାର ହେବା ପରେ ପରେ ହିଁ ଏହାକୁ 8 ଲକ୍ଷରୁ ଅଧିକ ଜଣ ଦେଖିଥିବା ବେଳେ ଅନେକ ଥର ସେୟାର ବି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.